Odiapua.com

ଡଙ୍କାଗଢିଆରେ ଭାଙ୍ଗି ଝୁଲୁଛି ବିଦ୍ୟୁତ୍ ଖୁଂଟ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅର୍ନ୍ତଗତ ଦଇସିଂ ପଚାଂୟତର ଡଙ୍କାଗଢିଆ ଗ୍ରାମରେ ମାସାଧିକ କାଳ ଧରି ଭାଙ୍ଗି ପଡିଥିବା ଏକ ବିଦ୍ୟୁତ୍ ଖୁଟଂକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟାଳୟ ସମ୍ମୁଖରେ ଏହି ବିଦ୍ୟୁତ୍ ଖୁଟଂଟି ଭାଙ୍ଗି ପଡିଥିବା ବେଳେ ଏଥିରେ ଲାଗିଥିବା ବିଦ୍ୟୁତ ତାର ମଧ୍ୟ ଝୁଲି ରହିଛି । ଫଳରେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । ବିଦ୍ୟୁତ ଖୁଟଂଟି ଭାଙ୍ଗିବା ପରଠାରୁୁ ଏହାର ମରାମତି କିମ୍ବା ପରିବର୍ତନ ପାଇଁ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗର କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସମାଧାନ ହୋଇ ପାରି ନାହିଁ । ବିଶେଷକରି ବିଦ୍ୟାଳୟ ସମ୍ମୁଖରେ ଏହି ଖୁଟଂ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତିତ ହୋଇ ପଡିଛନ୍ତି । ଇତିମଧ୍ୟରେ ଉପଭୋକ୍ତା ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଜନ ଅଭିଯୋଗ ଶୁଣାଣିରେ ଲିଖିତ ଅବଗତ କରିଛନ୍ତି । ତୁରନ୍ତ ବିପଦପୂର୍ଣ୍ଣ ଖୁଟଂକୁ ହଟାଇବା ନେଇ ଗ୍ରାମବାସୀ ଶଶିକାନ୍ତ ପ୍ରଧାନ, ଜୟରାମ ପ୍ରଧାନ, ଭରତ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ରକ୍ଷାକର ଜେନା କହନ୍ତି ଗ୍ରାମବାସୀଙ୍କ ଅସହଯୋଗ ଯୋଗୁ ବିଳମ୍ବ ଘଟିଥିଲା ଖୁବ୍‌ଶିଘ୍ର ପୁରଣା ଖୁଟଂ ବଦଳାଯାଇ ନୂତନ ଖୁଟଂ ପଡିବ ।