ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚରମ୍ପାସ୍ଥିତ ଡଗରାସାହି ଲେବୁଲ କ୍ରସିଂ ୧୧୮ ଠାରେ ଫ୍ଲାଏ ଓଭରବ୍ରିଜ୍ ଦାବିରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଅଂଚଳବାସୀଙ୍କ ସକାଳ ୭ ଘଟିକାରେ ଧାରଣା ଦିଆଯାଇଛି । ଏହି ଓଭରବ୍ରିଜ୍ ଦାବିରେ ଗତ ୨୦୨୦ ଡିସେମ୍ବର ମାସ ଠାରୁ ଅଦ୍ୟାବଧି ୧୩ ମାସରେ ୧୩ ଗୋଟି ଚିଠି ରେଳ ବିଭାଗକୁ ପ୍ରଦାନ କରାଯାଇଛି । ଫଳରେ ରେଳବିଭାଗ ଶ୍ରୀ ପଲେଇଙ୍କୁ ତା ୦୩.୦୫.୨୧ ରିଖ ରାଜ୍ୟ ସରକାରଙ୍କ ସମୂହ ଯାଞ୍ଚର ପତ୍ର ଓ ପରେ ତା ୨୪.୦୯.୨୧ ରିଖ ଓ ତା ୨୮.୧୦.୨୧ ରିଖ ପତ୍ରରେ ରାଜ୍ୟ ସରକାରଙ୍କ ସହଯୋଗରେ ବିଳମ୍ବତା ଦର୍ଶାଇଥିଲେ । ଏବଂ ତା ୦୫.୦୧.୨୨ ରିଖ ରେଳ କର୍ତ୍ତୃପକ୍ଷ ଏକ ବୈଠକ ଡକାଇ ଆପଣମାନଙ୍କର ଦାବି ଅଟକି ନାହିଁ । ଏଥିପାଇଁ ରେଳ ବିଭାଗ ୭୪ କୋଟି ୨୫ ଲକ୍ଷ ହିସାବ ସାରିଛନ୍ତି । ଅନ୍ୟ ଲେବୁଲ କ୍ରସିଂର ଫ୍ଲାଏ ଓଭର ବ୍ରିଜ୍ ସହ ଏଲ୍ସି ୧୧୮ ପାଇଁ ରେଳ ବିଭାଗର ଚିଠି ନଂ ୫୩୭୯, ତା ୪.୧୧.୨୦ ରିଖରେ ଦର୍ଶାଯାଇଛି ବୋଲି ବୈଠକରେ ବିଭାଗୀୟ କର୍ତ୍ତଅପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର ସାଧାରଣତଃ ଲେବୁଲ କ୍ରସିଂ ଓଭରବ୍ରିଜ୍ରେ ଉଭୟ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟଭାଗ ରହୁଥିବାରୁ କାର୍ଯ୍ୟ ଶେଷ ହେବାକୁ ଅନେକ ବିଳମ୍ବ ହେଉଅଛି ।
ଏଣୁ ରେଳ ବିଭାଗ ଫ୍ଲାଏ ଓଭର ବ୍ରିଜ୍ ଗୁଡିକର କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୋଟିଏ କଣ୍ଟ୍ରାକ୍ଟ (ସିଙ୍ଗଲ ଏନ୍ଟିଟି) ରେ ଟିସିଆଇଏଲ୍ ଭଳି କନଷ୍ଟ୍ରକସନ୍ କଂପାନୀ ସହ ଏମ୍ଓୟୁ କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଏହାକୁ ରାଜ୍ୟ ସରକାର ଅଦ୍ୟାବଧି ଗ୍ରହଣ କରିନାହାଁନ୍ତି ବୋଲି ବିଭାଗୀୟ କର୍ତ୍ତୃପକ୍ଷମାନେ ଦର୍ଶାଇôଥଲେ । ଫଲରେ ଶ୍ରୀ ପଲେଇ ଏହାକୁ ଅଗ୍ରାହ୍ୟ କରି ଆମ୍ଭମାନଙ୍କୁଆପଣ କେବେ କାର୍ଯ୍ୟାଦେଶ ଦେବେ ଲିଖିତ ଭାବେ ଦିଅନ୍ତୁ ବୋଲି ସୂଚାଇଥିଲେ । ଏହି ଧାରଣା ସ୍ଥଳରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ପାଧିକାରୀମାନେ ପହଞ୍ôଚ ଆପଣମାନଙ୍କ ଦାବି ପୂରଣ ହୋଇଛି, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ତେବେ ଶ୍ରୀ ପଲେଇ ଭଦ୍ରକ ଜିଲା ତଥା ଅଂଚଳର ବୃହତ୍ତର ସ୍ୱାର୍ଥ ସାଧନ ପାଇଁ ଆମ୍ଭମାନଙ୍କୁ କାର୍ଯ୍ୟାଦେଶର ଲିଖିତ ପ୍ରତିଶ୍ରୁତି ନଦେଲେ ଆମ୍ଭମାନଙ୍କର ଶୃଙ୍ଖଳାଗତ ଦାବି ପାଇଁ ପ୍ରତି ମାସ ୭ ତାରିଖ ପରି ଅର୍ଥାତ୍ ଫେବୃୟାରୀ ମାସ ୭ ତାରିଖ ପାଇଁ ଦାବିପତ୍ର ଓ ଉକ୍ତ ସ୍ଥାନରେ ସକାଳ ୭ ରୁ ୮ ଟା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି କହିଥିଲେ । ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କାମେଶ ପରିଡା, ଆପ୍ପା ରାଓ, ନୃସିଂହ ମହାନ୍ତି, ବିଜୟ ସାର, ଦେବେନ୍ଦ୍ର ମହାନ୍ତି, ବିଶୁ ଅଗ୍ରୱାଲ, କଲ୍ଲୋଲ ଲେଙ୍କା, ଅରୁଣ ମଜୁମଦାର, ଅନନ୍ତ ପଣ୍ଡା, ରମାକାନ୍ତ ବିନ୍ଧାଣୀ, ପ୍ରମୋଦ ଲଖାନୀ, ଜ୍ୟୋତିପ୍ରକାଶ ମହାନ୍ତି, ଧବଳେଶ୍ୱର ପଣ୍ଡା, ଅଶୋକ ଲଖାନୀ, ସୀତାକାନ୍ତ ଦାଶ, ମୁନ୍ନା ପରିଡା, ବାବୁ ବାରିକ, ଟୁବୁ ସାହୁ, ପପୁ ଖାଁ, କମଳା ପଟ୍ଟନାୟକଙ୍କ ସମେତ ଶତାଧିକ ଅଂଚଳବାସୀ ସାମିଲ ଥିଲେ ।