Odiapua.com

ଡକ୍ଟର ଡେଥ : ୨୨ ମର୍ଡର ! ମହିଳା ରୋଗୀଙ୍କୁ ମାରି, ପୋତି, ନଡ଼ିଆ ଗଛ ଲଗାଉଥିଲା!

ମୁମ୍ବାଇ ୨୬-୧ (ଓଡ଼ିଆ ପୁଅ) ସନ୍ତୋଷ ପାଲ୍, ବର୍ତ୍ତମାନ ଡକ୍ଟର ଡେଥ୍ ନାମରେ ପରିଚିତ। ମହାରାଷ୍ଟ୍ରର ସତାରାର ଏହି ଘଟଣା। ଯେତେବେଳେ ଏକ ଆଙ୍ଗନବାଡ଼ି ୱାର୍କର ଅଚାନକ ନିଖୋଜ ହୋଇଗଲେ। ପରିବାରର ସନ୍ଦେହ ପରେ ଯେତେବେଳେ ଜାଞ୍ଚ କରାଗଲା ପୁଲିସକୁ ନିଖୋଜ ୱାର୍କରର ତାଜା ଲାଶ୍ ସନ୍ତୋଷ ପାଲର ଅଗଣାରେ ପୋତା ହୋଇଥିବା ଅବସ୍ଥାରେ ମିଳିଲା। ସନ୍ତୋଷ ପାଲର ଏହା ପ୍ରଥମ ଅପରାଧ ନୁହେଁ। କୁହାଯାଉଛି କି ସେ ପ୍ରାୟତଃ ୨୨ ଟି ଏହିପରି ମର୍ଡର କରିଛି, ଅବଶ୍ୟ କେବଳ ୬ ଟି ମର୍ଡରର ପ୍ରମାଣ ମିଳିଛି।

ଡକ୍ଟରଙ୍କୁ ଲୋକ ଈଶ୍ବରଙ୍କର ଅବତାର ମାନିଥାନ୍ତି। କିନ୍ତୁ ଅନେକ ଥର ଏପରି ଘଟଣା ସାମନାକୁ ଆସିଥାଏ କି ଲୋକ ଥରି ଉଠନ୍ତି ଏବଂ ଏହି ଧାରଣା ଭୁଲ ବୋଲି ମାନିଥାନ୍ତି। ଡ. ସନ୍ତୋଷ ପାଲର କାରନାମା ମଧ୍ୟ ଏମିତି ଏକ ଉଦାହରଣ। ହୋମିଓପାଥିର ଡିଗ୍ରୀ ନେଇଛି ଏହି ଝୋଲାଛାପ ଡକ୍ଟର। ସତାରାରେ ରହୁଥିଲା। ସେ କେବଳ ମହିଳା ରୋଗୀମାନଙ୍କୁ ନିଜର ଶିକାର ବନାଇଥାଏ। ଜାଞ୍ଚରୁ ଜଣାପଡ଼ିଲାକି ସନ୍ତୋଷ ନିଜକୁ ଏମବିବିଏସ୍ ଡକ୍ଟର କହୁଥିଲା। କିନ୍ତୁ ତା’ ପାଖରେ Electrohomeopathy ର ଡିଗ୍ରୀ ଥିଲା। ତା’ ବ୍ୟତୀତ ସେ ଅନେକ ବଡ଼ ହସ୍ପିଟାଲରେ ଅପରେସନ ଥିଏଟରରେ କାମ କରିସାରିଥିଲା ଏବଂ ସର୍ଜରୀ ସମୟରେ କାମରେ ଆସୁଥିବା ସମସ୍ତ ଡ୍ରଗ୍ସ ବିଷୟରେ ଭଲ ଭାବରେ ଜାଣିଥିଲା।

ସନ୍ତୋଷ ପାଖକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଏପରି ମହିଳା ରୋଗୀଙ୍କୁ ବାଛୁଥିଲା, ଯେଉଁମାନେ ବେସାହାରା ଏବଂ ସମାଜରେ ଏକୁଟିଆ ହୋଇଥାନ୍ତି। ଚିକିତ୍ସାର ଆରମ୍ଭରେ ତାଙ୍କର ବିଶ୍ୱାସ ଜୀତୁଥିଲା ପ୍ରଥମେ ଏହି ରାକ୍ଷସ। ଚିକିତ୍ସା ସମୟରେ ଗୋଟିଏ ଇଞ୍ଜେକ୍ସନ ଦେଉଥିଲା। ଏହି ଇଂଜେକ୍ସନରେ succinylcholine ଦ୍ରବ୍ୟ ହୋଇଥାଏ। ଯାହା ନ୍ୟୁରୋ ମସ୍କୁଲାର ପାରାଲିଟିକ ଡ୍ରଗ ଅଟେ। ଏହା ମାଂସପେଶୀଗୁଡ଼ିକୁ ନିଷ୍କ୍ରିୟ କରିଦେଇଥାଏ।

ଏହା ଏତେ ଜୋରରେ ପ୍ରଭାବ ଦେଖାଇଥାଏ କି ସମସ୍ତ ମାଂସପେଶୀ କାମ କରିବା ବନ୍ଦ କରି ଦିଏ ଏବଂ ରୋଗୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇପାରେ। ଏହି ଦ୍ରବ୍ୟକୁ ଡକ୍ଟର ଆନେସ୍ଥେସିଆ ଭାବରେ ବ୍ୟବହାର କରିଥାନ୍ତି। କିନ୍ତୁ ତା’ ସହିତ ରୋଗୀକୁ ଭେଣ୍ଟିଲେଟରରେ ରଖା ଯାଇଥାଏ ଯାହାଫଳରେ ନିଶ୍ୱାସ ପ୍ରଶ୍ୱାସ ଚାଲିଥାଏ। ଝୋଲାଛାପ ଡକ୍ଟର ଏବଂ ତା’ର ପ୍ରେମିକା ନର୍ସ ଏହା ଜାଣିଥାନ୍ତି ଏବଂ ଏହି ଟେକ୍ନିକ ବ୍ୟବହାର କରିଥାନ୍ତି ରୋଗୀକୁ ମାରିବା ପାଇଁ। ଅବଶ୍ୟ ଜାଞ୍ଚରୁ ଏହା ଜଣା ପଡ଼ିନାହିଁ ଏହି ଡକ୍ଟର ମହିଳା ରୋଗୀଙ୍କୁ କାହିଁକି ମାରୁଥିଲା।

ପ୍ରଥମ ଥର ଜୁନ ୨୦୧୬ ରେ ଏକ ନିଖୋଜ ମହିଳାର ପରିବାରର ଅଭିଯୋଗ ଉପରେ ଜାଞ୍ଚ ଆରମ୍ଭ ହୋଇଥିଲା। ପୋଲିସ୍ ଏହି ଫର୍ଜୀ ଡକ୍ଟରର ଫାର୍ମ ହାଉସରେ ପହଁଚିଥିଲା ଏବଂ ସେଠାରୁ ଖାଲି ହାତ ଫେରିବା ସମୟରେ ଖୋଜୀ କୁକୁର ସୁରାଗ ଦେଇଥିଲା। ସେ ଅଗଣାରେ ଥିବା ଏକ ନଡ଼ିଆ ଗଛ ପାଖରେ ଭୁକିବାକୁ ଲାଗିଲା। ସନ୍ଦେହରେ ଆସିଥିବା ପୋଲିସ ନଡ଼ିଆ ଗଛକୁ ଜେସିବି ମେସିନ୍ ସାହାଯ୍ୟରେ କାଢ଼ିଲେ ଏବଂ ସେଠାରେ ନିଖୋଜ ମହିଳା ମଙ୍ଗଳାଙ୍କର ଲାଶ ମିଳିଲା। ତା’ ପରେ ପ୍ରଥମ ଥର ଧରାପଡ଼ିବା ପରେ ଏହି ନରହନ୍ତା ଡକ୍ଟର ଭୟଙ୍କର ଖୁଲାସା କରିଥିଲା। ସେ କହିଥିଲା କି ସେ ଅନେକ ରୋଗୀଙ୍କୁ ହତ୍ୟା କରିଛି। ଏହି ସମସ୍ତ ରୋଗୀ ମହିଳା ଅଟନ୍ତି। ସନ୍ତୋଷ ପାଲ ତାଙ୍କୁ କୌଣସି ନା କୌଣସି ଭାବରେ ଫୁସୁଲାଇ ନିଶା ଇଞ୍ଜେକ୍ସନ ଦେଇକରି ମାରି ଦେଉଥିଲା।

ଲାଶ ସଢ଼ିବା ଉପରେ କାହାର ସନ୍ଦେହ ନ ହେଉ ସେଥିପାଇଁ ସନ୍ତୋଷ କୁକୁଡ଼ା ଫାର୍ମ ଖୋଲିଥିଲା। କୁକୁଡାଙ୍କର ଗନ୍ଧରେ ସଢ଼ୁଥିବା ଲାଶର ଗନ୍ଧ ଜଣାପଡ଼ୁନଥିଲା। ହତ୍ୟା ପରେ ଡକ୍ଟର ଜେସିବି ଡକାଇ ଫାର୍ମ ହାଉସରେ ଗାତ ଖୋଳୁଥିଲା ଏବଂ ତାକୁ ପୋତି ସେଠାରେ ନଡ଼ିଆ ଗଛ ଲଗାଉଥିଲା।

ସନ୍ଦେହରୁ ବଞ୍ଚିବା ପାଇଁ ଏକ ନୂଆ ଢଙ୍ଗ ସେ ଖୋଜି ବାହାର କରିଥିଲା। ସନ୍ତୋଷ ନିଜକୁ ଡକ୍ଟର ସହିତ ସାମାଜିକ କାର୍ଯ୍ୟକର୍ତା କହୁଥିଲା ଏବଂ ଅନେକ ଥର ଅନେକ ଘୋଟାଲା ଲୋକ ଲୋଚନକୁ ଆଣୁଥିଲା। ସମ୍ପୂର୍ଣ୍ଣ ଗ୍ରାମର ଲୋକ ତାକୁ ବହୁତ ମାନୁଥିଲେ ଏବଂ ପୋଲିସ ସନ୍ଦେହ ସତ୍ତ୍ୱେ ଜାଞ୍ଚ କରିବାକୁ ଡରୁଥିଲା। ବିଶେଷକଥା ଥିଲା କି ପ୍ରତ୍ୟେକ ହତ୍ୟାର ତୁରନ୍ତ ପରେ ସନ୍ତୋଷ ଭ୍ରଷ୍ଟାଚାର ବିରୁଦ୍ଧରେ ଏକ ନୂଆ ଘୋଟାଲା ଆରମ୍ଭ କରିଦେଇଥିଲା। ସନ୍ତୋଷ ସିରିଏଲ ମର୍ଡରରେ ତା’ର ପ୍ରେମିକା ଜ୍ୟୋତି ମାନ୍ଦ୍ରେ ସହାୟତା କରୁଥିଲା। ଯିଏ କି ନିଜେ ଏକ ନର୍ସ ଅଟେ। ଏହି ନର୍ସର ସହାୟତାରେ ସନ୍ତୋଷର କଳାକାରନାମାର ଖୁଲାସା ହୋଇଥିଲା। ଏହା ଉପରେ ସନ୍ତୋଷ ନିଜେ ହଁ ମାରିଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ତୋଷ କେଉଁ ଉଦ୍ଦେଶ୍ୟରେ ଏହା କରୁଥିଲା ଏବେ କେତେ ମର୍ଡର କରିଛି ତାହା ଜଣାପଡ଼ିନାହିଁ।