Odiapua.com

ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବାପ ପୁଅ ଗିରଫ

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବିଭିନ୍ନ ଡକାଏତି ମାମଲାର କୁଖ୍ୟାତ ମାଷ୍ଟର ମାଇଣ୍ଡ ବାପ ପୁଅକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଓ ଭୁବନେଶ୍ୱରରେ ୪୨ଟି ଡକାୟତି, ଚୋରି ଓ ରହାଜାନୀ ଘଟଣାରେ ସମ୍ପୃକ୍ତ ଥିବା ବାପପୁଅ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମ ଖଳିପାଟଣା ସାହିର ବୋଲି ଜଣାପଡ଼ିଛି। ବାପପୁଅ ହେଲେ ପୁଅ ଦୀନବନ୍ଧୁ ମହାରଣା(୩୪) ଓ ବାପ ବଂଶୀଧର ମହାରଣା( ୫୮)। ଏଭଳି ଘଟଣାରେ ସମ୍ପୃକ୍ତ ରହିବାରୁ ଖଳିପାଟଣାରୁ ବାପପୁଅକୁ ଗ୍ରାମାବାସୀ ଗାଁରୁ ତଡ଼ି ଦେଇଥିଲେ। ଫଳରେ ବାପପୁର ରଣପୁର ଅଂଚଳ ଓ ଭୁବନେଶ୍ୱର ସାଲିଆସହି ଅଂଚଳରେ ରହି ବିଭିନ୍ନ ସ୍ଥାନରେ ଡକାଏତି କରୁଥିେଲେ। ପୁଲିସ ୨ଟି ଟିମ୍ ଗଠନ କରି ରଣପୁର ଥାନା ନୂଆ ସୁକଳ ଗ୍ରାମରୁ ଏହି ବାପପୁଅକୁ ଗିରଫ କରିବାରେ ସଫଳ ହୋଇଥିଲା। ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ପିସ୍ତଲ, ୪ଟି ବମ୍, ୨ଟି ଭୁଜାଲି, ବୋମା ତିଆରି ସରଜାଂମ, ୧୦ଟି ମୋବାଇଲ, ୨୦ଟି କାର୍ ଓ ବାଇକ୍, ୧ଟି ଏଲଇଡି ଟିଭି ଓ ଆହୁରି ଅନେକ ଚୋରା ସାମଗ୍ରୀ ଜବତ କରିଛି। ଉଭୟଙ୍କ ନାମରେ ୨୨ଟି ମାମଲା ରହିଥିବା ଜଣାପଡ଼ିଛି।