Odiapua.com

 ଡକାୟତି ରେ ଅଭିଯୁକ୍ତ ଗଣେଷ ଭୋଳ କୁ ରଣପୁର ପୋଲିସ ଦ୍ୱାରା କୋର୍ଟ ଚାଲାଣ

ନୟାଗଡ/୧୫/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଦୀର୍ଘଦିନ ହେଲା ଡକାୟତି ଅଭିଯୁକ୍ତ ସାନଗଡ ଗ୍ରାମର ରବିଭୋଳ ଙ୍କ ପୁଅ ଗଣେଷ ଭୋଳ ଧରି ପାରୁନଥିଲା । ପୋଲିସ ଅଖିରେ ଧୂଳି ଦେଇ ବାରମ୍ବାର ଗଣେଷ ଖସି ଯିବାକୁ ସକ୍ଷମ ହେଉଥିଲା । ଗତ ୧୪ ତାରିଖ ରାତ୍ର ରେ ଗଣେଷ ଭୋଳ ନିଜ ଘର ସାନଗଡ ଗ୍ରାମକୁ ଆସିଥିବା ଖବର ବିଶ୍ୱସ୍ଥ ସୂତ୍ରରୁ ମିଲିବା ପରେ ରଣପୁର ଥାନା ସବ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ସଦଳ ବଳେ ଗଣେଷ ଘର ଉପରେ ଚଢାଉ କରି ଗଣେଷ କୁ ଧରିବାରେ ସକ୍ଷମ  ହୋଇଥିଲେ ।

ପୋଲିସ ଠାରୁ ସୂଚନା ଅନୁଯାଇ ଅଭିଯୁକ୍ତ ଗଣେଷ ଭୋଳ ନାମରେ ରଣପୁର ଥାନା ରେ ୧୦ ଗୋଟି ମାମଲା , ପିପିଲି , ଖୋର୍ଦ୍ଧା ଥାନା ଆଦିରେ ୮ ଗୋଟି ଡକାୟତି ଅଭିଯୋଗ ରହିଅଛି । ଅଭିଯୁକ୍ତ କୁ ରଣପୁର କୋର୍ଟ କୁ ଚାଲାଣ କରିବା ପରେ ଜାମିନ୍ ନାକଚ ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଅଛି ।