Odiapua.com

ଡକାୟତି ଘଟଣାର ପର୍ଦାଫାଶ କଲା ସମ୍ବଲପୁର ପୋଲିସ : ଜଣେ ନାବାଳକ ସମେତ ୯ ଜଣ ଗିରଫ

ସମ୍ବଲପୁର, ୧୯/୧୧(ଓଡ଼ିଆ ପୁଅ/ସରୋଜ ସାହୁ): ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କଲା କୁଚିଣ୍ଡା ପୋଲିସ୍‌। ଗତ ୯ ତାରିଖରେ ଦେବଗଡ଼ ଜ଼ିଲ୍ଲା ଲଇମୁରା ୟୁନିୟନ ବ୍ୟାଙ୍କରୁ ଟଙ୍କା ନେଇ ଯାଉଥିଲା ଗାଡ଼ି ରୁ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଗତ ୯ ତାରିଖ ଘଟିଥିବା ଏହି ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ବିଳନିରେ ସୂଚନା ଦେଇଛନ୍ତି। ଏମାନଙ୍କ ଠାରୁ ନଗତ ୧୦ ଲକ୍ଷ ଟଙ୍ଗା ଓ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବଦ ହୋଇଥିବା ସୂଚନା ଦିଆଯାଇଛି। ଏହା ସହ ଡକାୟତିରେ ବ୍ୟବହାର ହୋଇଥିବା ଭୁଜାଲି ଜବତ ହୋଇଛି। ଡକାୟତି କରିଥିବା ଅଭିଯୁକ୍ତ ମାନେ ସୁନ୍ଦରଗଡ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି। ଡକାୟତ ମାନଙ୍କ ଠାରୁ ପୋଲିସ ୫ ଟି ବାଇକ ସହ ଗୋଟିଏ କାର ଜବତ କରିଛି। ଏଠାରେ ସୂଚନା ଯୋଗ୍ୟଯେ ଗତ ୯ ତାରିଖ ଦିନ ତିନୋଟି ବାଇକରେ ୬ ଜଣ ଲୁଟେରା ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କକୁ ଯାଉଥିବା ଗାଡିରୁ ୩୫ଲକ୍ଷ୍ ୪୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଡକାୟତମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରହିଥିଲା। ତେବେ ପୋଲିସ ଗିରଫ ଡକାୟତ ମାନଙ୍କୁ ଆଜି କୋଟଚାଳାଣ କରିଥିବା ବେଳେ ଡକାୟତ ମାନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବ ବୋଲି ଏସପି ସୂଚନା ଦେଇଛନ୍ତି।