Odiapua.com

ଡଅଁର ଓ ସୋଲପଟାରୁ ୨୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

ହାଟଡିହି ୨୩ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁରରେ ଗତ କାଲି ୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି । ଗତକାଲି ସନ୍ଧ୍ୟା ଠାରୁ ସମଗ୍ର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ପରେ ଆଖପାଖ ଅଞ୍ଚଳରେ ଛନକା ପସିଯାଇଛି । ଡଅଁର ଗ୍ରାମର ସଂକ୍ରମିତ ମାନେ ଶାଳଣିଆଁ ଡାକ୍ତରଖାନା, ଶାଳଣିଆଁ ବଜାର ସହିତ ଅନେକ ଗ୍ରାମକୁ ଯାତାୟତ କରିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ଦେଖା ଦେଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଡଅଁର ଗ୍ରାମର ୧୮ଜଣଙ୍କର ସ୍ୱାବ ନମୁନା ସଂଗ୍ରହ ପାଇଁ ପଠାଯାଇଥିବାବେଳେ ସୋଲପଟା ଗ୍ରାମରୁ ୧୦ଜଣଙ୍କ ସ୍ୱାବନମୁନା ସଂଗ୍ରହ ପାଇଁ ପଠାଯାଇଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସମଗ୍ର ଗ୍ରାମକୁ ବିଶୋଧନ କରାଯାଇଥିବାବେଳେ ସରଳା କ୍ୱାରେଣ୍ଟାଇନ ସେଣ୍ଟରକୁ ମଧ୍ୟ ବିଶୋଧନ କରାଯାଇଛି । ସେହିପରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଗ୍ରାମ ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ ସୁନନ୍ଦା ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦେବେନ୍ଦ୍ର ବେହେରା, ଆଶାକର୍ମୀ ପ୍ରୀୟମ୍ବଦା ଓଝା ପ୍ରମୁଖ ଘରଘର ବୁଲି ସର୍ଭେକରି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗ୍ରାମର ଜଣେ ସରକାରୀ କର୍ମଚାରୀ ସମ୍ବଲପୁରରୁ ଭୁବନେଶ୍ୱରକୁ ବଦଳି ହେବାପରେ ସେ ସମ୍ବଲପୁରରୁ ଆସି ଘରେ କିଛିଦିନ ରହି ଭୁବନେଶ୍ୱର ଯାଇଥିଲେ କାମରେ ଯୋଗଦେବାପାଇଁ । ସେଠାରେ ତାଙ୍କର ସ୍ୱାବ ଟେଷ୍ଟ କରିବାରୁ ତାଙ୍କର ପଜେଟିଭ ବାହାରିଥିଲା । ଫଳରେ ତାଙ୍କ ପରିବାରର ୭ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୫ଜଣଙ୍କର ପଜେଟିଭ ରିପୋର୍ଟ ଆସିବାପର ଗତକାଲି ଠାରୁ ସମ୍ପୁର୍ଣ୍ଣ ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।