Odiapua.com

ଠିକ କର୍ମଚାରୀଙ୍କ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ-୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ୩ଟି ଭକ୍ତନିବାସରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ୬ଦଫା ଦାବି ନେଇ ଶ୍ରୀମନ୍ଦିର ଭକ୍ତନିବାସ ର୍ମଚାରୀ ସଂଘ ସିଆଇୟୁର ଶୋଭାଯାତ୍ରା ନନୀଳାଚଳ ଭକ୍ତନିବାସରୁ ବାହାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିର ପ୍ରଶାସନ ମୁଖ୍ୟ ନିଯୁକ୍ତିଦାତା ଭାବେ ଠିକା ସଂସ୍ଥା ମାଧ୍ୟମରେ କର୍ମଚାରୀ ନିୟୋଜନ କରିଥିବା ବେଳେ ଗତ ୭ମାସ ହେବ ଇପିଏଫ, ଇଏସଆଇ ଠିକା ସଂସ୍ଥା ଭରୁନଥିଲା ବେଳେ ମନ୍ଦିର ବିଲ୍ ପାସ୍ କରିବା ବେଆଇନ ବୋଲି ଶ୍ରୀମନ୍ଦିର ଭକ୍ତନିବାସ କର୍ମଚାରୀ ସଂଘ ସଭାପତି ଶରତ କୁମାର ରାୟଗୁରୁ କହିଛନ୍ତି। କେନ୍ଦ୍ରର ମୋଦି ସରକାର କୋଭିଡ଼ରେ ଠିକା କର୍ମଚାରୀଙ୍କୁ ୬ମାସର ଇପିଏଫ ଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ମିଳିନାହିଁ। ୩ଟିଯାକ ଭକ୍ତନିବାସ ପାଇଁ ସମାନ ମଜୁରୀ ନୀତି କାର୍ଯ୍ୟକାରୀ କରିବା, କର୍ମଚାରୀଙ୍କୁ ରଥ ବୋନସ, ବର୍ଷକୁ ଦୁଇହଳ ପୋଷାକ, ପ୍ରତିମାସର ଦରମା ସ୍ଲିପ ଦେବା ପାଇଁ ଦାବିକୁ କର୍ତ୍ତୃପକ୍ଷ ପୂରଣ କଲେ ନାହିଁ। ଭକ୍ତନିବାସରେ କୋଭିଡ଼ କେୟାର କେନ୍ଦ୍ର ହେଲା କର୍ମଚାରୀ କାମ କଲେ କିନ୍ତୁ ସେମାନଙ୍କୁ ସ୍ୱତନ୍ତ୍ର ସହାୟତା ରାଶି ସରକାରୀ ଘୋଷଣା ମୁତାବକ ଦେଉନାହାନ୍ତି। ସେଠି ସେମାନଙ୍କୁ ସୁରକ୍ଷା ଉପକରଣ ନାହିଁ କି ସେମାନଙ୍କ ପାଇଁ ବୀମା ଲାଗୁ ହେଲା ନାହିଁ। ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବିି ପତ୍ର ଦେଇ ଇପିଏଫ, ଇଏସଆଇ ଠକିଥିବା ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀରାୟଗୁରୁ ଦାବି କରିଥିଲେ। ସମ୍ପାଦକ ରଶ୍ମିତା ଗୋଚ୍ଛିକାର, ଉପସଭାପତି ଜଗନ୍ନାଥ ଦେଓ, ଅମରେନ୍ଦ୍ର ନାଥ ନନ୍ଦ, ସୋମନାଥ ନାୟକ, ସୁଜିତ ନାୟକ, ଦୀପକ କୁମାର ରଥ, ମୁନା ମହାପାତ୍ର୍ର, ଅକ୍ଷୟ ଜେନା, ରଞ୍ଜନ ଭୋଇ, ଶିବ ସାହୁ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।