Odiapua.com

ଠିକାଭିତ୍ତିରେ କାର୍ଯ୍ୟ ନ କରିବା ନେଇ ସଫେଇ କର୍ମଚାରୀଙ୍କ ଧାରଣା

ବଲାଙ୍ଗୀର, ୦୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ ସହରର ପରିମଳ ବ୍ୟବସ୍ଥା ପାଇଁ ପୈାରପରିଷଦ ତରଫରୁ ୯ ଜଣ ସ୍ଥାୟୀ କର୍ମଚାରୀ ଏବଂ ୧୦୪ ଜଣ ଅସ୍ଥାୟୀ ଶ୍ରମିକ ଭାବେ ଦିର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ନୂତନ ଉପଜିଲ୍ଲାପାଳ ତଥା ପୈାରନିର୍ଵାହୀ ଅଧିକାରୀ ଦାଇତ୍ଵ ରେ ରହିଥିବା ଶ୍ରୀ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରେ ଯୋଗଦାନ ଗ୍ରହଣ କରିବାର କିଛି ଦିନ ପରେ ସମସ୍ତ କର୍ମଚାରୀଙ୍କୁ ଡାକି ଚୁକ୍ତିଭିତ୍ତିକ ତଥା ଠିକାରେ କାମ କରିବାକୁ କହିଥିଲେ ହେଲେ ପୂର୍ବପରି କାର୍ଯ୍ୟ କରିବା ଓ ଠିକା ଭିତ୍ତିରେ କାର୍ଯ୍ୟ କରିବାକୁ କର୍ମଚାରୀ ରାଜି ହୋଇ ନ ଥିଲେ। ଏ ନେଇ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ଉକ୍ତ ୧୧୩ ଜଣ କର୍ମଚାରୀ ଧାରଣା ରେ ରହିଥିବା ବେଳେ ସହର ରେ ସାଧାରଣ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି। ଇତି ମଧ୍ୟରେ ବ୍ରହ୍ମପୁରରୁ ୧୮ଜଣ କର୍ମଚାରୀଙ୍କୁ ଆଣି ସହରରେ ସଫେଇ କରୁଥିବା ଖବର ପାଇ ସମସ୍ତେ ସେହି ଶ୍ରମିକ ମାନଙ୍କୁ ବିରୋଧ କରିଥିଲେ। ଉକ୍ତ ଧାରଣା ରତ କର୍ମଚାରୀ ମାନଙ୍କୁ ନେଇ ଏ ସମସ୍ୟା ର ସମାଧାନ ପାଇଁ ଦାବି ହୋଇ ଆସୁଛି।

ଠିକାରେ କାର୍ଯ୍ୟ ନକରି ପୂର୍ବପରି ସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି। ସେମାନଙ୍କର ଦାବି ଅନୁଯାୟୀ, ଠିକା ହିସାବରେ କାର୍ଯ୍ୟ କଲେ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେବୁ ଏହା ସହିତ ଆମର ଦାବି ସରକାର ପୁରଣ କରିବା ସହିତ ଟେଣ୍ଡରକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଟିଟଲାଗଡ଼ର ପରିମଳ ବ୍ୟବସ୍ଥା କିପରି ଥିବ ତାହା ଏଥିରୁ ସିଧାସଳଖ ବାରି ହୋଇପଡ଼ୁଛି। ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।