Odiapua.com

ଠିକାଦାରୀ ରେ ରାଜନୈତିକ କରଣ, ଲୋକଙ୍କୁ କଂଟେନମେଂଟ ଜୋନରେ ରଖି ବେଆଇନ ନିର୍ମାଣ, ନେତା-ଠିକାଦାର-ଜେଇ ଏବଂ ପିଇଓଙ୍କ ମଧୁଚନ୍ଦ୍ରିକା

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତା-ଠିକାଦାର-ଜେଇ ଏବଂ ପିଇଓଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । ଲୋକଙ୍କୁ କଂଟେନମେଂଟ ଜୋନରେ ବନ୍ଦୀ କରି ଚାଲିଛି ବେଆଇନ ନିର୍ମାଣ । ସରକାରୀ ରାସ୍ତା ଏବଂ ଡ୍ରେନ ନିର୍ମାଣ ଆଳରେ ଘରୋଇ ମାଲିକାନାରେ ରହିଥିବା ଲକ୍ଷ ଲକ୍ଷ ଟଙ୍କା ମୁଲ୍ୟବାନ ସଂପତି ଉପରେ କବ୍ଚା କରିନେଲେ ଠିକାଦାର । ଯାହାକୁ ନେଇ ଦେଖାଦେଇଛି ତିବ୍ର ଜନ ଅସନ୍ତୋଷ । ଜମି ମାଲିକଙ୍କ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏହି ଧରଣର ଏକ ଘଟଣା ଏବେ ଭଦ୍ରକ ବ୍ଲକ ଏରେଁଇ ପଂଚାୟୟତ ଧଳସାହି ଏବଂ ଭଦ୍ରକ ପୌରପାଳିକା ୱାର୍ଡ ନଂ ୩ ରେ ଚର୍ଚାର ବିଷୟ ହୋଇଛି । ରାସ୍ତା ଏବଂ ଡ୍ରେନ ନିର୍ମାଣ ସକାସେ ପର୍ଯ୍ୟାପ୍ତ ସରକାରୀ ଯାଗା ଜମି ଥାଇ ମଧ୍ୟ କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ଏହି ଧରଣର ବେଆଇନ ନିର୍ମାଣ କରିଛନ୍ତି ଏବଂ ତାକୁ ସରକାରୀ ଅଧିକାରୀ ମାନେ କିଭଳି ଅନୁମୋଦନ କରିଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚା ଯୋର ଧରିଛି । ସୁଚନା ଅନୁଯାଇ ଏହି ପଂଚାୟତ ଏବଂ ୱାର୍ଡରେ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ବେହେରା ସାହି ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏବଂ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଖଣ୍ଡିଆବଜାର କୀର୍ତନ ମଣ୍ଡପ ଠାରୁ ସାଳନ୍ଦୀ କେନାଲ ପର୍ଯ୍ୟନ୍ତ ଦୁଇ ଗୋଟି ପ୍ରକଳ୍ପ ନିର୍ମାଣ ସକାସେ ଯଥାକ୍ରମେ ଜିଲ୍ଳା ପରିଷଦ ଉନ୍ନୟନ ପାଂଠି ଏବଂ ପନଚାୟତସମିତି ୧୫ ତମ କେନ୍ଦ୍ରିୟ ଅର୍ଥ କମିଶନ ଆର୍ଥିକ ଅନୁଦାନରେ କଂକ୍ରିଟ ରାସ୍ତା ଏବଂ ଡ୍ରେନ ନିର୍ମାଣ ସକାସେ କାର୍ଯ୍ୟାଦେଶ ଜାରି କରାଯାଇଥିଲା । ଏହାକୁ ଡିପାର୍ଟମେଂଟାଲି କରିବାକୁ କୁହାଯାଇଥିଲେ ମଧ୍ୟ କାଗଜପତ୍ରରେ ଡିପାର୍ଟମେଂଟ କରୁଥିବା ଦର୍ଶାଇ ରାଜନୈତିକ ଲୋକଙ୍କ ଜରିଆରେ ଏହି ନିର୍ମାଣ କରାଯାଇଥିଲା ।

ତେବେ କତୃପକ୍ଷ ସରକାରୀ ଡ୍ରେନ ଏବଂ ରାସ୍ତା ନିର୍ମାଣ ଆଳରେ ଏହି ପଂଚାୟତର ଧଳ ସାହି ଏବଂ ଭଦ୍ରକ ପୌରପାଳିକା ୱାର୍ଡ ନଂ ୩ ଖାତାନଂ ୬୫୫ ଏବଂ ପ୍ଲଟ ନଂ ୮୦୩ ରେ ଶରତ ଧଳ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବା ଏକ ଜମି ଉପରେ କଂକ୍ରିଟ ରାସ୍ତା ଏବଂ ଡ୍ରେନ ନିର୍ମାଣ କରି ଥଇବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଲା ନିକଟରେ ଏହି ଅଂଚଳରେ ଏକାଧିକ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ତରଫରୁ ଏହି ଅଂଚଳକୁ ୧୪ ଦିନିଆ କଂଟେନମେଂଟ ଜୋନ ଘୋଷଣା କରି ଅଂଚଳକୁ ସିଲ କରି ଥିବା ବେଳେ ଏହାର ସୁଯୋଗ ନେଇ ଅତ୍ୟନ୍ତ ତରବରିଆ ଭାବେ ଏହି ରାସ୍ତା ଏବଂ ଡ୍ରେନ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । କଂଟେନମେଂଟ ଜୋନ କଟକଣା ହଟିବା ପରେ ଏହି ଧରଣର ବେଆଇନ ନିର୍ମାଣ କରାଯାଇଥିବା ଦେଖି ଜମି ମାଲିକଙ୍କ ପକ୍ଷରୁ ତୁରନ୍ତ ଏଥିନେଇ ଭଦ୍ରକ ଜିଲ୍ଲାପାଳ,ଭଦ୍ରକ ବିଡିଓ,ଭଦ୍ରକ ତହସିଲଦାର ଏବଂ ଏରେଇଁ ଗ୍ରାମପନଚାୟତ ପିଇଓ ଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରି ଏହି ଧରଣର ବେଆଇନ ନିର୍ମାଣ କୁ ତୁରନ୍ତ ଉଛେଦ କରିବାକୁ ଦାବୀ କରିଥିଲେ । ଜମି ମାଲିକଙ୍କ ଅଭିଯୋଗ କୁ ଭିତି କରି ଜିଲ୍ଳାପାଳ ଜ୍ଞାନ ଦାସ ଘଟଣାର ତଦନ୍ତ କରି ତୁରନ୍ତ ରିର୍ପୋଟ ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଥିବା ବେଳେ ବିଡିଓ ଉମେଶ ମଲ୍ଲିକ ଏବାବଦରେ କିଛି ଜାଣିନଥିବା କହିଛନ୍ତି । ସେହିଭଳି ପିଇଓ ଦୀପକ ମହାନ୍ତି ଏ ସଂର୍ପକରେ ତାଙ୍କୁ କିଛି ଜଣାନଥିବା କହିଛନ୍ତି । ସେହିଭଳି ସରପଂଚ ଅଶ୍ୱନୀ ରଣା କହିଛନ୍ତି ସରକାରୀ ଯାଗା ଜମି ଥାଇ ମଧ୍ୟ କାମ କରିଥିବା ଠିକାଦାର ଙ୍କ ଏହି ଧରଣର ବେଆଇନ କାର୍ଯ୍ୟ ପାଇଁ ତାଙ୍କ ବିଲକୁ ଅଟକାଇ ରଖାଯାଇଛି । ଘଟଣା ସଂର୍ପକରେ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଘଟଣାର ଆପୋଷ ବୁଝାମଣା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ଧରଣର ବେଆଇନ ନିର୍ମାଣ ପଛରେ ରାଜନୈତିକ ପୃଷ୍ଟପୋଷକତା ରହିଛି । ଯାହାକୁ ପାଳନ କରିବାକୁ ଯାଇ ଡିର୍ପାଟମେଂଟ ଜରିଆରେ କାମର କାର୍ଯ୍ୟାଦେଶ ପାଇଥିବା ପିଇଓ ନିଜେ କାମ ନକରି ରାଜନୈତିକ ଇଙ୍ଗିତରେ ଠିକାଦାର ଲଗାଇ କାମ କରୁଛନ୍ତି । ଯାହାକି ସାଧାରଣ ଲୋକଙ୍କ ସ୍ୱାର୍ଥ ପରିପନ୍ଥି ସାବ୍ୟସ୍ତ ହୋଇଛି । ତେବେ ମାମଲାର ଆପୋଷ ସମାଧାନ ହେଉ କି ନହେଉ ସରକାରୀ ପରିଚାଳିତ କାମକୁ କେଉଁ ପରିସ୍ଥିତିରେ ବେସରକାରୀ ଠିକାଦାଙ୍କ ଜରିଆରେ କରାଯାଉଛି ତାହାର ଏକ ଉଚ୍ଚସ୍ତରିୟ ତଦନ୍ତ ଦାବୀ କରାଯାଇଛି ।