Odiapua.com

ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଲେ ଶିବସେନା ନେତା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶିବସେନା ନେତା ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇ ଦେଇଛନ୍ତି।ଇସ୍ତଫା ଦେବା ସହ ବିଜେପି ସହ ଆମର ଗଟବନ୍ଧନ (ମେଣ୍ଟ) ତୁଟିଲା ବୋଲି କହିଛନ୍ତି ଅରବିନ୍ଦ।ମହାରାଷ୍ଟ୍ରରେ ସରକାର ଗଢ଼ିବାରେ ଶିବସେନାକୁ ସହଯୋଗ ଦେବା ପୂର୍ବରୁ ଶିବସେନା ପ୍ରଥମେ ଏନଡିଏ ସହିତ ସମସ୍ତ ସଂପର୍କ ତୁଟାଉ ତା’ପରେ ଆମେ ବିଚାର କରିବୁ ବୋଲି କଂଗ୍ରେସ ସହଯୋଗୀ ଏନସିପି କହିଥିଲା।ଏହାପରେ ଶିବସେନା ନେତା ଅରବିନ୍ଦ ସାୱନ୍ତ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଛନ୍ତି ଶିବସେନା ନେତା।ସୂଚନାଯୋଗ୍ୟ ଯେ, ମୋଦୀ ମନ୍ତ୍ରୀ ମଣ୍ଡଳରେ ଶିବସେନାର ଜଣେ ମାତ୍ର କେନ୍ଦ୍ରମନ୍ତ୍ରୀ ଥିଲେ।ଅରବିନ୍ଦ ସାୱନ୍ତ ଭାରି ଉଦ୍ୟୋଗ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଥିଲେ।-ଦେବଦତ୍ତ ରଥ