Odiapua.com

ଠକ କାହ୍ନୁ ସହ ବିରୋଧି ଙ୍କ ଅଭିଯୋଗ କୁ ବିଜେଡି ଜିଲ୍ଲା ସମ୍ପାଦକ ଙ୍କ ଖଣ୍ଡନ

ନୟାଗଡ/୦୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦେଶ ଓ ରାଜ୍ୟ ରାଜନିତୀ ରେ ଉସ୍ମତା ପ୍ରକାଶ ପାଇଛି । ଯାହାକୁ ନେଇ ଦେଶରେ କଂଗ୍ରେସ ସମେତ କୃଷକ ନେତା ମାନେ କୃଷି ଆଇନ କୁ ବିରୋଧ କରି ଘେରାବନ୍ଦୀ କରିଥିବା ବେଳେ ରାଜ୍ୟ ରାଜନିତୀ ରେ ପରି ଅପହରଣ ଓ ହତ୍ୟା କାଣ୍ଡକୁ ନେଇ ବାଦାନୁବାଦ ଯୋର ଧରିଛି । ରାଜ୍ୟରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ବହିସ୍କାର ନେଇ ଆନ୍ଦୋଳନ ଯୋର ଧରିଛି । ସେଥିରେ ରଣପୁର ଭାଜପା ତରଫରୁ ରଣପୁର ବିିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ରାଜନୌତିକ ଆକ୍ରୋଶ ରଖି ଆନ୍ଦୋଳନ ଦେଖାଦେଇଛି ।

ରଣପୁର ର ଭାଜପା ପୁର୍ବତ୍ତନ ବିଧାୟିକା ତଥା ପୂର୍ବତ୍ତନ ସମବାୟ ରାଷ୍ଟ୍ର ମନ୍ତ୍ରୀ ସୁରମା ପାଢୀ ଗର୍ଜନ କରିଛନ୍ତି । ଏଥିସହ ରଣପୁର ବିଧାୟକ ଙ୍କ ଠକ କାହ୍ନୁ ସହ ସମ୍ପୃକ୍ତି ନେଇ ବିିଧାୟକ ଙ୍କ କୃଶପୁତଳିକା  ଦାହ କରିଛନ୍ତି । ଯାହାକୁ ନେଇ ନୟାଗଡ ଜିଲ୍ଲା ବିଜୁ ଜନତା ଦଳ ର ସମ୍ପାଦକ ଶଚିକାନ୍ତ ଷଡଙ୍ଗୀ  ସାମ୍ବାଦିକ ଙ୍କ ନିକଟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ଯେ ଦେଶରେ କୃଷକ ମାନଙ୍କ ଆନ୍ଦୋଳନ କୁ ଲୋକମାନସରୁ  ହଟାଇବା ପାଇଁ ବିରୋଧି ସୁରମା ପାଢୀ ଙ୍କର ଏହା ଏକ ମିଥ୍ୟା ପ୍ରୟାଶ । ଠକ କାହ୍ନୁ ସହ ବିଜୁ ଜନତା ଦଳର କି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ କୈଣସି ସମ୍ପକ ନାହିଁ । ଏଭଳି ମିଥ୍ୟା ଆରୋପ କଲେ ଉଚିତ୍ ଜବାବ୍ ଦିଆଯିବ ।