Odiapua.com

ଟ୍ୟୁମର ରୋଗରେ ପିଡତ ଶିଶୁର ଉଚ୍ଚତର ଚିକିତ୍ସା ନିମନ୍ତେ କଟକ ପଠାଇଲା ଜିଲ୍ଲାପ୍ରଶାସନ

ମାଲକାନଗିରି,୪ା୧ (ଓଡିଆ ପୁଅ ) ପାଦରେ ଟ୍ୟୁମର ହୋଇ ଯନ୍ତ୍ରଣା ଭୋଗୁଥିବା ଜଣେ ୧୫ମାସର ଶିଶୁକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଉଚ୍ଚତର ଚିକିତ୍ସା ପାଇଁ ଆଜି କଟକ ବଡ ହସପିଟାଲକୁ ପଠାଇଛନ୍ତି ।ମାଲକାନଗିରି ଜିଲ୍ଲା ସ୍ଥ ସିମିଳିବାଚ୍ଛାଂ ପଚାଂୟତ ଏମଭି୧୧୬ ଗ୍ରାମର ଜ୍ୟୋତିଷ ରାଏ ଜେଉ ଅତ୍ୟନ୍ତ ଗରିବ ବ୍ୟକ୍ତି ତାଙ୍କର ଗୋଟିଏ ମାତ୍ର ୧୫ମାସର ଶିଶୁପୁତ୍ର ପପୁରାଏ ଙ୍କ ଡାହଣ ଗୋଡ ପାଦରେ ଏକ ବୃହତକାର ଟ୍ୟୁମର ହୋଇ ସେ ଚାଲି ନପାରି ଯନ୍ତରଣାରେ ଛଟପଟ ହେଉଥିଲେ । ଅର୍ଥଅଭାବରୁ ପୁଅର ଚିକିତ୍ସା କରିନପାରି ଘରେ ପକାଇ ରଖିଥିଲେ ଶିଶୁଟିର ଯନ୍ତ୍ରଣା ଅଧିକ ବଡିବାରୁ  ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ଜ୍ୟୋତିଷ ରାଏ ଓ ତାଙ୍କ ପତ୍ନୀ ଆଶା ରାଏ ଆଣିଥିବାବେଳେ ଡାକ୍ତର ଶାଶୁଟିକୁ ପରୀକ୍ଷା କରି କହିଲେ ଶିଶୁଟିର ଅପରେସନ ହେବ, ଏହାକୁ କଟକ ହସପିଟାଲକୁ ପଠାଇବାକୁ ପଡିବ , ଏ କଥା ଶୁଣି ଜ୍ୟୋତିଷ ଙ୍କ ମୁଣ୍ଡରେ ବଜ୍ର ପଡିଗଲା ପରି ଲାଗିଲା ସେ ଟଙ୍କା କେଉଁଠାରୁ ପାଇବେ ଯେ କଟକ ହସପିଟାଲକୁ ପୁଅକୁ ନେଇ ଚିକିତ୍ସା କରିବେ ଏହା ଭାବି ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ଏହା ଦେଖି ହସପିଟାଲର କିଛି କର୍ମଚାରୀ ତାଙ୍କୁ ବୁଝାଇ ଜିଲ୍ଲାପାଳଙ୍କ ନିକଟକୁ ସହାଯ୍ୟମାଗିବା ପାଇଁ ପଠାଇ ଦେଲେ । ଜ୍ୟୋତିଷ ତାଙ୍କ ପତ୍ନୀ ଓ ଶିଶୁପୁତ୍ରକୁ ଧରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କୁ ଭେଟି ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଗୁହାରି କରିଥିଲେ । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ସଙ୍ଗେ ସଙ୍ଗେ ଶିଶୁଟି କୁ କଟକ ହସପିଟାଲକୁ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଇବା ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇ ଜ୍ୟୋତିଷ ଙ୍କୁ ଜିଲ୍ଲା ରେଡକ୍ରସ ଫଣ୍ଡରୁ ୫ହଜାରଟଙ୍କା ସହାୟତା ପ୍ରଦାନ କରିଥିଲେ । ଜ୍ୟୋତିଷ ରାଏ ତାଙ୍କର ଶିଶୁପୁତ୍ରକୁ କଟକ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଛନ୍ତି ।