Odiapua.com

 ଟ୍ୟୁମର ଆକ୍ରନ୍ତ ବୃଦ୍ଧାଙ୍କୁ ମେଡିକାଲରେ ଛାଡିପଳାଇଲେ ପରିବାର,ଅପରେସନ ରେ ସହଯୋଗ ଓ ରକ୍ତଦେଇ ମାନବିକତାର ପରିଚୟ ଦେଲେ ଯୁବଗୋଷ୍ଠି

ମାଲକାନଗିରି,୧୯ା୨(ଓଡିଆ ପୁଅ )) ଜଣେ ଟ୍ୟୁମର ଆକ୍ରାନ୍ତ ବୃଦ୍ଧାଙ୍କୁ ହସପିଟାଲରେ ଭର୍ତି କରି ଛାଡିପଳାଇଲେ ପରିବାର ଲୋକେ ତାଙ୍କ ଅପରେସନ ରେ ସହ ଯୋଗକରିବା ସହ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠି । । ମାଲକାନଗିରି ଥାନାସ୍ଥ ପିଟାଗେଟା ଏମଭି୩ ଗ୍ରାମର ଲିଲା ବରାଇ ନାମୀ ଜଣେ ଟ୍ୟୁମର ଆକ୍ରାନ୍ତ ବୃଦ୍ଧା ଙ୍କୁ ତାଙ୍କପରିବାର ଲୋକେ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଦେଇ ପଳାଇଥିଲେ । ସେହି ବୃଦ୍ଧା ଦୀର୍ଘ୨ମାସ ଧରି ହସପିଟାଲରେ ରହି ଚିକିତ୍ସିତ ହେବାପରେ ମଧ୍ୟ କେହି ପରିବାର ଲୋକେ ତାଙ୍କ ନିକଟକୁ ଆସିନଥିଲେ ।ବୃଦ୍ଧାଙ୍କ ତଳିପେଟରେ ଏକ ଟ୍ୟୁମର ହୋଇ ଯନ୍ତ୍ରଣା ହେଉଥିଲା, ତାଙ୍କ ନିକଟରେ କେହି ପରିବାର ଲୋକେ ନଥିବାରୁ ଡାକ୍ତର ମାନେ ଅପରେସନ କରିବାକୁ ରାଜି ହେଉନଥିବା ବେଳେ ପାଖରେ ଥିବା ଅନ୍ୟରୋଗୀଙ୍କ ସଂପର୍କିୟ ମାନେ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠିଙ୍କୁ ଫୋନ କରିଜଣାଇଥିଲେ । ଫୋନ ପାଇ ଜୟ ମାଲକାନଗିରି ଗୃପର ରଭି ରାଜେଶ,ଲକ୍ଷମ୍‌ିକାନ୍ତ ପୁଜାରୀ,ଟି.ମୁତ୍ୟାଲୁ ରାଓ,ସପନ କୁମାର ହୋତା,ଅଭିଶେକ ବାଘ,ବସନ୍ତ ନାୟକ,ସୁବ୍ରତ ମଲି, ପି.ଦିବାକର, ପି.ସାଗର ସଙ୍ଗେ ସଙ୍ଗେ ମାଲକାନଗିରି ହସପିଟାଲରେ ପହଁଚି ଡାକ୍ତର ଅନୁପମା ମହନା ଙ୍କୁ ଭେଟି ବୃଦ୍ଧାଙ୍କୁ ଅପରେସନ କରିବାପାଇଁ ଅନୁରୋଧ କରିଥିଲେ । ବୃଦ୍ଧାଙ୍କୁ ରକ୍ତ ଆବଶ୍ୟକତା ରହିଛି ଓ ତାଙ୍କ ପରିବାରଲୋକ ଉପସ୍ଥିତ ରହିବା ଦରକାର ବୋଲି ଡାକ୍ତର କହିବାରୁ ଏହି ଯୁବ ଗୋଷ୍ଠି ବୃଦ୍ଧାଙ୍କ ଘରକୁ ଯାଇ ବହୁତ ଅନୁରୋଧ କରି ତାଙ୍କ ଦିଅର ସଂପର୍କିୟ ରଣପତି ବରାଇ ଙ୍କୁ ହସପିଟାଲକୁ ଆଣିଥିଲେ । ବୃଦ୍ଧାଙ୍କୁ ଉପରେସନ କରିବା ସମୟରେ ରକ୍ତର ଆବଶ୍ୟକତା ହେବାରୁ ରକ୍ତଭଣ୍ଡାରରେ ବି ପଜେଟିଭ ରକ୍ତ ନ ଥିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ରକ୍ତଦେବା ସମ୍ଭବ ହୋଇନଥିଲା । ଅନ୍ୟ କେଉଁ ଆଡୁ ଯୋଗାଡ କରି ରକ୍ତଦେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ବୃଦ୍ଧା ତାଙ୍କ ସ୍ୱାମୀ ଗତ କିଛି ବର୍ଷ ତଳେ ରୋଗରେ ପଡି ମୃତ୍ୟୁବରଣ କରିଛନ୍ତି । ତାଙ୍କର କେହି ସାହା ଭରାସ ନଥିବାରୁ ଏହା ଦେଖି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠିଙ୍କ ଅନୁରୋଧ କ୍ରମେ ଏମଭି ୩୫ଗ୍ରାମର ଶିବନାଥ ରାୟ ନାମକ ଜଣେ ଯୁବକ ସଙ୍ଗେ ସଙ୍ଗେ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନକରିଥିଲେ । ଜୟ ମାଲକାନଗିରି ଗୃପର ସାହାଯ୍ୟ ଓ ଶିବନାଥ ଙ୍କ ରକ୍ତଦାନ ପରେ ଡାକ୍ତର ମାନେ ବୃଦ୍ଧାଙ୍କର ସଫଳତାର ସହିତ ଟ୍ୟୁମର ଅପରେସନ କରି ଜୀବନ ବଚାଂଇ ଦେଇଥିବାରୁ ଗ୍ରାମବାସୀ ଏହି ଯୁବଗୋଷ୍ଠି ଓ ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇପାରୁନଥିବା ବେଳେ ଜଣେ ଯୁବକ ରକ୍ତଦେଇ ବୃଦ୍ଧାଙ୍କ ଜୀବନ ବଚାଂଇ ମାନବିକତା ର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଧାହରଣ ପଲଟିଛନ୍ତି ।

ଏହି ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ନିୟମିତ ଭାବେ ୨୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ ଗତ କିଛି ଦିନ ହେଲା ମାତ୍ର ୨୦ରୁ ୨୪ୟୁନିଟ ରକ୍ତଗଛିତ ରହୁଛି । ଆଜି ଜିଲ୍ଲା ରକ୍ତଭଣ୍ଡାରରେ ଗଛିତ ରହିଛି ମାତ୍ର ୨୬ ୟୁନିଟ ରକ୍ତ । ଓ ପଜେଟିଭ୍ ୨୪ୟୁନିଟ, ବି ପଜେଟିଭ୍ ୨ୟୁନିଟ ରକ୍ତ ଗଛିତ ଥିବାବେଳେ ,ଏ ନେଗେଟିଭ୍ , ଏ ପଜେଟିଭ୍ ,ଏ ବି ପଜେଟିଭ୍ ,ବି ନେଗେଟିଭ୍ , ଏ ବି ନେଗେଟିଭ୍ ରକ୍ତ ଗଛିତ ନଥିବାର ଜଣାପଡିଛି । ଜିଲ୍ଲାରକ୍ତ ଭଣ୍ଡାରରେ ବାରମ୍ବାର ରକ୍ତ ଗଛିତ ରହୁନଥିବାରୁ ରୋଗୀମାନେ ରକ୍ତଟିକିଏ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଏ ସଂପର୍କରେ ବାରମ୍ବାର ଗଣମାଧ୍ୟମରେ ସମ୍ବାଦପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ କିମ୍ବା ରେଡକ୍ରସ ସଂସ୍ଥା ଗୁରୁତ୍ୱ ଦେଉନଥିବାରୁ ଦିନକୁ ଦିନ ରକ୍ତଭଣ୍ଡାରରେ ରକ୍ତ ହ୍ରାସ ପାଇବାରେ ଲାଗୁଛି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦିନକୁ ଦିନ ରକ୍ତଅଭାବ ଦେଖାଦେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉ ନଥିବାରୁ ରୋଗୀ ମାନେ ହିନସ୍ତା ହେଉଛନ୍ତି । ଟ୍ୟୁମର ଆକ୍ରାନ୍ତ ବୃଦ୍ଧାଙ୍କୁ ଠିକ ସମୟରେ ରକ୍ତ ଦିଆଯାଇ ନଥିଲେ ତାଙ୍କର ଅବସ୍ଥା କଣ ହୋଇଥାନ୍ତା କିଏ ଜାଣେ, ରକ୍ତଭଣ୍ଡାରରେ ରକ୍ତ ନଥିବା ବେଳେ ଯା ହେଉ ଦେବଦୂତ ପରି ତାଙ୍କ ନିକଟରେ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠି ପହଁଚି ଗରିବ ବୃଦ୍ଧାଙ୍କ ଜୀବନ ବଚାଂଇ ଦେଇଥିବାରୁ ବୃ୍‌ଦ୍ଧାଙ୍କ ପରିବାର ଓ ତାଙ୍କଗ୍ରାମବାସୀ ବହୁତ ଖୁସିହୋଇ ଏହି ଯୁବଗୋଷ୍ଠି ଧନ୍ୟବାଦ ଜଣାଇଛନ୍ତି । ପସୂତି ମହିଳା ,ଦୃର୍ଘଟଣା ଗସ୍ତ ଓ ଅନ୍ୟାନ ଗୁରୁତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଏହି ପରି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ରକ୍ତସଂଗ୍ରହ କମିକମି ଗଲେ ଆଗାମି ଦିନରେ ଜିଲ୍ଲାର ରୋଗୀ ମାନେ ରକ୍ତଅବାବରୁ ଚିକତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇଦିଆ ଯାଇନପାରେ ।