Odiapua.com

ଟ୍ରେନ ଲାଇନକୁ ଡେଇଁଲା ମା

ଗଞ୍ଜାମ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ପରିବାରରେ କଳହ ପାଇଁ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛି ମା ଆଉ ଦୁଇ ଝିଅ ।  ତେବେ ଏହି ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡରେ ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ସବ ଭଞ୍ଜ ଏବଂ ତାଙ୍କ ସ୍ତ୍ରୀ ରମା ଭଞ୍ଜଙ୍କ ମଧ୍ୟରେ ଝଗଡା ହୋଇଥିଲେ। ସ୍ତ୍ରୀ ରମାଙ୍କୁ ତାଙ୍କ ସ୍ବାମୀ ଉତ୍ସବ ମାଡ ମାରିଥିଲେ। ଏଥିରେ ରାଗିଯାଇ ଦୁଇ ଝିଅଙ୍କ ସହ ବ୍ରହ୍ମପୁର ଆସିଥିଲେ ରମା। ଗତକାଲି ରାତିରେ ରମା ଦୁଇ ଝିଅଙ୍କ ସହ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫଳରେ ଘଟଣାସ୍ଥଳରେ ରମାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି।