Odiapua.com

ଟ୍ରେନ ବଗିରେ ସ୍କୁଲ !

ଭୁବନେଶ୍ୱର;୧୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଟ୍ରେନ ବଗି ଭିତରେ ଚାଲିଛି ସ୍କୁଲ!ଫଟୋଟିକୁ ଦେଖିଲେ ଯେ କେହି ଏପରି ହିଁ ଭାବି ନେବ।ବାସ୍ତବରେ କଥା ସେହି ପରି ନୁହେଁ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍କୁଲକୁ ଆସିବା ଆଗ୍ରହ ବଢାଇବା ନିମନ୍ତେ ଏହା ଏକ ପ୍ରୟାସ।ଏହି ସ୍କୁଲଟି ଅବସ୍ଥିତ ବିହାର ସମସ୍ତିପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ନନ୍ଦନୀ ଗ୍ରାମରେ।ଗଙ୍ଗା ନଦୀ କୂଳ ଅନତି ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟର ନାମ ରାଜକୀୟ ମଧ୍ୟ ବିଦ୍ୟାଳୟ।ଏହା ଆଦର୍ଶ ବିଦ୍ୟାଳୟର ମଧ୍ୟ ମାନ୍ୟତା ପାଇଛି।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।୧୯୨୫ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।ତେବେ ବିଦ୍ୟାଳୟକୁ ସ୍ଥାନୀୟ ପିଲା ମାନେ ଆସି ପଢ଼ିବା ପାଇଁ ସେତେଟା ଆଗ୍ରହ ପ୍ରକାଶ ନ କରିବାରେ ପ୍ରଧାନ ଶିକ୍ଷକ ଏବଂ ଗ୍ରାମବାସୀ ଆଲୋଚନା କରି ସଂପୂର୍ଣ୍ଣ ବିଦ୍ୟାଳୟକୁ ଏକ ଟ୍ରେନ ବଗିର ରୂପ ଦେଲେ।ଏବଂ ଏହାପରେ ବିଦ୍ୟାଳୟକୁ ପିଲା ମାନଙ୍କର ଆସିବା ସଂଖ୍ୟା ବଢ଼ିଲା।ଏହାକୁ ସଂପୃକ୍ତ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।