ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରେଳଧାରଣା ପାରି ହେଉଥିବାବେଳେ ଜଣେ ଯୁବକର ବାମହାତ କଟି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପୌରାଞ୍ଚଳର ୧୪ନଂ ୱାର୍ଡ ଅଧୀନସ୍ଥ ସନ୍ଥିଆ-ନୀଳକଣ୍ଠପୁର ଗ୍ରାମନିବାସୀ କାଳିଆ ସିଂଙ୍କ ପୁତ୍ର ଜିତେନ୍ଦ୍ର ଆଜି ଭୋର୍ ୪.୧୫ ମିନିଟ୍ ସମୟରେ ଟ୍ରେନ୍ ନଂ ୦୨୬୪୪ ପାଟଣା-ଇର୍ନାକୁମ୍ ଟ୍ରେନ୍ ଭଦ୍ରକ ଷ୍ଟେସନ ଅତିକ୍ରମ କଲାବେଳେ ରେଳଧାରଣା ପାରି ହେବାକୁ ଯାଇ ବାମହାତ ହରାଇଛନ୍ତି । ତେବେ ଭଦ୍ରକ ରେଳବାଇ ଆରପିଏଫ୍ ଥାନାଧିକାରୀ ବିକାଶ ରଂଜନ ସିଂ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଦ୍ରକ ଡାକ୍ତରଖାନା ପଠାଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।