Odiapua.com

ଟ୍ରେନ୍‌ରୁ ଖସିପଡି ପ୍ରବାସୀ ବଙ୍ଗାଳି ଶ୍ରମିକଙ୍କ ମୃତ୍ୟୁ

ଯାଜପୁର୨୮ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଯାଜପୁର କେନ୍ଦୁଝର ରୋଡ ରେଲୱେ ଫାଣ୍ଡି ଅଧିନ ବୈତରଣୀ ରୋଡ ଦକ୍ଷିଣ କେବିନ ନିକଟରେ ଆଜି ଜଣେ ପ୍ରବାସୀ ବଙ୍ଗାଳି ଯୁବକ ଟ୍ରେନ୍ ରୁ ଖସିପଡି ପ୍ରାଣ ହରାଇଛି। ଘଟଣା ସ୍ଥଳରେ ଯାଜପୁର କେନ୍ଦୁଝର ରୋଡ ରେଲୱେ ଫାଣ୍ଡି ଅଧିକାରୀ ପପୁ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ଶବକୁ ଦାନଗଦି ମେଡିକାଲକୁ ପଠାଇଛନ୍ତି।

ପାଣ୍ଡି ଅଧିକାରୀ ଶ୍ରୀନାୟକଙ୍କ ମୃତବରଣ କରିଥିବା ବ୍ୟକ୍ତିଙ୍କ ଭାଇ ଅଜୟ ଠାରୁ ଦସ୍ତଗତ କରିଥିବା ସୂଚନା ଅନୁଯାୟୀ ମୃତକ କୋଲକତା ଦକ୍ଷିଣଦିଣାଧିନଜପୁର ଯୋତଗଉରିପୁର ଅଞ୍ଚଳର ସୁନିଲ ମୁଦିଙ୍କ ପୁଅ ଗିଧାଲୁ ମୁଦି(୩୫) କେରଳ ରାଜ୍ୟର ଟାଟା କମ୍ପାନୀରେ ଲେବର ଭାବେ କାର୍ଯ୍ୟକରୁଥିଲେ। ଗତ କାଲି ମୃତକ ଗିଧାଲୁ ତାର ଭାଇ ଅଜୟ ସହ ଟ୍ରେନରେ ଘରକୁ ଫେରୁଥିଲେ। ଆଜି ସକାଳୁ ଗିଧାଲୁ ବୈତରଣୀରୋଡ ରେଲୱ ଷ୍ଟେସନ ନିକଟସ୍ଥ ଦକ୍ଷିଣ କେବିନ ନିକଟରେ ଟ୍ରେନରୁ ଘସିପଡି ମୃତବରଣ କାରଥିବା ସାଥିରେ ଫେରୁଥିବା ଭାଇ ଅଜୟ ପୁଲିସ ନିକଟରେ ପ୍ରକାଶ କରିଥିବା ଫାଣ୍ଡି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।