Odiapua.com

ଟ୍ରେନ୍‌ରୁ ହଜିଥିବା ପୁଅର ଉଦ୍ଧାର ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହେଲେ ମା’

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଦୂର ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ଗତ ସୋମବାର ରାତିରେ ଘରକୁ ଟ୍ରେନ୍ ଯୋଗେ ଫେରୁଥିବା ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ସରସଦା ଗ୍ରାମର ଆଲୋକ ରଂଜନ ଜେନା (୩୧) ଶ୍ରୀକାକୁଲମ ଷ୍ଟେସନରୁ କେଉଁଆଡେ ହଜିଯାଇଛନ୍ତି। ଆଲୋକର ମା’ ଶକୁନ୍ତଳା ଦେବୀ ଥାନାରେ ଅଭିଯୋଗ କରିଥିବା ତଥ୍ୟ ମୂଳେ ଆଲୋକ ଶ୍ରୀକାକୁଲମ ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ପାଣି ପିଉଥିବାବେଳେ ଟ୍ରେନ୍‌ଟି ଛାଡି ଦେଇଥିଲା। ସେତେବେଳେ ଆଲୋକ ଏହି ଘଟଣା ଘରକୁ ଜଣାଇଥିଲା। ଏହା ପରେ ପରେ ଗତ ୫ ଦିନ ଧରି ଆଲୋକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଣୁ ପୁଅକୁ ଉଦ୍ଧାର କରିବା ପାଇଁ ଶକୁନ୍ତଳା ଥାନାର ଦ୍ୱାରସ୍ତ ହୋଇଛନ୍ତି। ତେବେ ଏହି ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇନଥିବାର ଜଣାଯାଇଛି।