ଘଟଗାଁ,୧୧/୦୩(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମପଞ୍ଚାୟତ ସାଗଡପଟା ଗ୍ରାମ ନିକଟ ଟ୍ରେନ ଲାଇନିରେ କଟି ଯୁବକ ମୃତ। ମୃତ ଯୁବକ ହେଲେ ସଗଡପଟା ଗ୍ରାମର ଗଣେଶ୍ୱର ନାୟକଙ୍କ ମଧ୍ୟମ ପୁତ୍ର ରୁଦ୍ରନାରାୟଣ ନାୟକ (୧୮ ବର୍ଷ) । ଗତ କାଲି ହୋଲି ଖେଳିବା ପାଇଁ ରୁଦ୍ରନାରାୟଣ ଘରୁ ଖିଆପିଆ ସାରି ହୋଲି ଖଳିବା ପାଇଁ ବାହାରକୁ ଚାଲି ଯାଇଥିଲେ । ଗତ କାଲି ଦିନ ପ୍ରାୟ ୩.୩୦ ସମୟରେ କେନ୍ଦୁଝର ପଟକୁ ଯାଉଥିବା ଏକ ପାସିନ୍ଞର ଟେନ ଦ୍ଵାରା ଦୁର୍ଘଟଣା ଘଟି ଜଣେ ଯୁବକ ର ମୃତ୍ୟୁ ହୋଇଥିବା ଖବର ଗାଁ ରେ ପହଞ୍ଚିଥିଲା ଏବଂ ଗ୍ରାମବାସୀ ଦେଖିବାପରେ ଏହା ଗଣେଶ୍ଵର ନାୟକ ପୁଅ ରୁଦ୍ରନାରାୟଣ ନାୟକ ବୋଲି ଜଣା ପଡିଥିଲା। ଆଜି ସକାଳୁ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ଡଦନ୍ତ ଚଳାଇଛି।
ଟ୍ରେନରେ କଟି ଯୁବକର ମୃତ
