Odiapua.com

ଟ୍ରାଫିକ ନିୟମ ମାନିଲେ ଦେବେନି ଜରିମାନା: ନୀତିନ

ନୂଆଦିଲ୍ଲୀ,୦୬/୦୯,(ଓଡ଼ିଆ ପୁଅ ପି ନାଏକ): କଡ଼ା ଟ୍ରାଫିକ୍‌ ନିୟମ ଆରୋହୀଙ୍କୁ ନୟାନ୍ତ କଲାଣି। ଜରିମାନା ପରିମାଣକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ତେବେ ଜରିମାନା ଆଦାୟ ଉଦ୍ଦେଶ୍ୟରେ ମୋଟର ଭେହିକିଲ ଆଇନ୍‌ରେ ସଂଶୋଧନ କରାଯାଇ ନାହିଁ। ଲୋକେ ଆଇନ ଉଲଂଘନ ନକରନ୍ତୁ, ଏଥିପାଇଁ ଆଇନ୍‌ରେ ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଲୋକଙ୍କ ଭିତରେ ଭୁଲ ଧାରଣା ରହିଛି। ଟ୍ରାଫିକ୍‌ ନିୟମ ମାନି ଗାଡ଼ି ଚଳାଇଲେ ଆଦୌ ଜରିମାନା ଦେବାକୁ ପଡ଼ିବ ନାହିଁ। ଲୋକ ଥରେ ନିୟମ ମାନିବା ଆରମ୍ଭ କଲେ ଆଉ ଜରିମାନା କରିବା ଆବଶ୍ୟକ ପଡ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।