Odiapua.com

ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ଆହତ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ଆସାମ ଅଏଲ ଫିଲିଂ ଷ୍ଟେସନ ସମ୍ମୁଖରେ ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଓ ଆର ୦୪ ଏଚ ୮୫୬୭ ନଂ ଧାନବୋଝେଇ ଟ୍ରାକ୍ଟର ତେଲ ଭରି ଫେରୁଥିବା ବାଇକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ବୟାବନାପୁର ଗ୍ରାମର ପିତାମ୍ବର ସେନାପତି(୨୮) ଓ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ପୁଲିସ ଟ୍ରାକ୍ଟର ଓ ବାଇକ ଜବତ କରି ଆହତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ପଠାଇଦିଆଯାଇଛି।