Odiapua.com

ଟ୍ରାକ୍ଟର ଦୁର୍ଘଟଣାରେ ୪ ବର୍ଷ ଝିଅର ମୃତ୍ୟୁ ପ୍ରସଙ୍ଗ, ମେଡିକାଲରେ ପହଂଚି ଶୋକବ୍ୟକ୍ତ କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ଗୁଜିଦରଡ଼ା ଗ୍ରାମ ପଂଚାୟତ ଦୁର୍ଗାପୁର ଠାରେ ସେକ ସବାକତୁଲ୍ଲା ତାଙ୍କ ଚାରି ବର୍ଷର ଝିଅ କୁ ନେଇ ଘରକୁ ଯାଉଥିବା ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ଚାରି ବର୍ଷ ନାବାଳିକା ଝିଅ ର ମୃତ୍ୟୁ ହୋଇଥିଲା ଓ ତାଙ୍କ ବାପା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଏହି ଖବର ଜାଣିବା ମାତ୍ରେ ଜିଲ୍ଲା ଚିକିତ୍ସାଳୟରେ ପହଂଚି କୁନୀ ଝିଅ କୁ ଦେଖି ମର୍ମାହତ ହୋଇ ଗଭୀର ଶୋକ ବ୍ୟକ୍ତ କରିବା ସହ ସେକ ବାବୁ ଙ୍କ ଉତମ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସେଠାରେ ଉପସ୍ଥିତ ଥିଲେ ଭଦ୍ରକ ବ୍ଲକ ପୂର୍ବତନ ସଭାପତି ପ୍ରଫୁଲ୍ଲ ନାୟକ, ଗୁଜିଦରଡା ଗ୍ରାମ ପଂଚାୟତ ର ସରପଂଚ ଫରହାତ୍ ଆଲମ ଖାନ, ଭଦ୍ରକ ପୌରପାଳିକାର ପାରିଷଦ ସାହିଦ୍ ଖାନ, ସେକ ଜାହିରୁଦ୍ଧିନ, ଯୁବନେତା ନସିରୁଦ୍ଧିନ ଖାନ, ଶ୍ରୀ ସୁରଜ କୁମାର ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ।