Odiapua.com

ଟ୍ରାକ୍ଟର-ଟ୍ରଲି ଓଲଟି ପଡିବାରୁ ୧୧ ଜଣଙ୍କର ମୃତ୍ୟୁ

ଝାଂସି ୧୬ -୧୦ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଉତ୍ତରପ୍ରଦେଶର ଝାଂସିରେ ଚାରି ଜଣ ଶିଶୁଙ୍କ ସମେତ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଏକ ପଶୁକୁ ଧକ୍କା ଦେବାକୁ ଥିବା ବେଳେ ବ୍ରେକ୍ ଲଗାଇଥିଲା ବୋଲି ପୋଲିସ କହିଛି।

ବରିଷ୍ଠ ପୋଲିସ ଅଧୀକ୍ଷକ ଶିବରୀ ମୀନା କହିଛନ୍ତି ଯେ, ମଧ୍ୟପ୍ରଦେଶର ପାଣ୍ଡୋଖରର ପ୍ରାୟ ୩୦ ପରିବାର ଟ୍ରାକ୍ଟର-ଟ୍ରଲିରେ ଏରାକର ଏକ ମନ୍ଦିରକୁ ଯାଉଥିଲେ। ରାସ୍ତାରେ ଯାଇଥିବା ପଶୁକୁ ବଞ୍ଚାଇବାକୁ ଯାଇ ଗାଡିର ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇବା ପରେ ଟ୍ରାକ୍ଟର-ଟ୍ରଲି ଓଲଟି ପଡିଥିଲା।

ଏହି ଦୁର୍ଘଟଣାରେ ୪ ଜଣ ଶିଶୁ ଏବଂ ୭ ଜଣ ମହିଳା ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।