Odiapua.com

ଟ୍ରାକ୍ଟର ଚାଳକର ଉନ୍ମୁକ୍ତ କାଣ୍ଡ, ଚାନ୍ଦବାଲିରେ ମହାଭରତ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଟ୍ରାକ୍ଟର ଚାଳକର ବେପରୁଆ ଗାଡି ଚାଳନା ପାଇଁ ଚାନ୍ଦବାଲିରେ ମହାଭାରତ ସୃଷ୍ଟି ହୋଇଛି । ଗାଡିଟିକୁ ଅଟକାଇବାକୁ ଦୁଇଟି ଜିଲାର ଜନସାଧାରଣଙ୍କ ସହିତ ଦୁଇଟି ଥାନାର ପୁଲିସ୍ ନାକେଦମ୍ ହେବା ପରେ ଚାନ୍ଦବାଲି ପୁଲିସ୍‌ର ସଫଳତା ପାଇଁ ଚାଳକ କୁାବୁ କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ଚାନ୍ଦବାଲି ବଜାରରେ । ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନା ଅଧୀନସ୍ଥ ଜଳେଶ୍ୱରପୁର ଗ୍ରାମପଂଚାୟତ ପଲେଇସାହି ଗ୍ରାମର ବିଚିତ୍ର ପଲେଇଙ୍କ ପୁତ୍ର ରମାକାନ୍ତ ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର କେନ୍ଦ୍ରାପଡା ଜିଲା ଇନ୍ଦୁପୁର ଅଂଚଳରୁ ଗାଡିନେଇ ଚାନ୍ଦବାଲି ଅଭିମୁଖେ ଆସୁଥିଲେ । ମାତ୍ର ରାସ୍ତାରେ ତାଙ୍କର ବେପରୁଆ ଓ ଭୟଙ୍କର ଗାଡି ଚାଳନା ସମସ୍ତଙ୍କୁ ଚକିତ କରିଦେଇଥିଲା । ଲୋକମାନେ ରାସ୍ତାରେ ଅଟକାଇବାକୁ ଚେଷ୍‌ଟା କରିଥିଲେ ମଧ୍ୟ କାହାକୁ ଖାତିର ନକରି ସେ ଗୋଟିଏ ପରେ ଗୋଟିଏ ଗାଡି ଓ ଲୋକଙ୍କୁ ଆଘାତ କରିଚାଲିଥିଲା । ଟ୍ରାକ୍ଟରଟିକୁ ଅଟକାଇବାକୁ ଆଳି ଥାନା ପୁଲିସ୍‌, ରାଜକନିକା ଥାନା ପୁଲିସ୍ ଓ ଶତାଧିକ ଜନସାଧାରଣ ନାକେଦମ୍ ହୋଇଥିଲେ ମଧ୍ୟ ଚାନ୍ଦବାଲି ପୁଲିସ୍ ଓ ସ୍ଥାନୀୟ ଜନସାଧାରଣ ଶେଷରେ ଟ୍ରାକ୍ଟରଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । କାହିଁକିନା ରାଜକନିକା ପୁଲିସ୍ ବିଫଳ ହେବା ପରେ ଚାନ୍ଦବାଲି ପୁଲିସ୍‌ର ସହଯୋଗ ଲୋଡିଥିଲା । ଫଳରେ ଚାନ୍ଦବାଲି ପୁଲିସ୍ ବୈତରଣୀ ବ୍ରିଜ୍ ନିକଟ ବ୍ୟାରିକେଡ୍ ଠାରେ ଟ୍ରାକ୍ଟରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାହା ଭାଂଗି ଚାନ୍ଦବାଲି ବଜାର ଅଭିମୁଖେ ଧସେଇ ପଶିଥିଲା । ପରେ ଚାନ୍ଦବାଲି ବଜାରରେ ଏକ ପିକଅପ୍‌କୁ ଆଡା ପକାଇ ପୁଲିସ୍ ଓ ସ୍ଥାନୀୟ ଲୋକେ କାବୁ କରିଥିଲେ । କ୍ଷତିଗ୍ରସ୍ତ ଉତ୍ୟକ୍ତ ଲୋକେ ଡ୍ରାଇଭରକୁ କାବୁ କରିବା ପରେ ଭଲଭାବେ ଉତମ ଓ ମଧ୍ୟମ ଦେଇଥିଲେ । ଏସ୍‌ଡିପିଓ କାର୍ତିକ ଚନ୍ଦ୍ର ମଲିକ ଓ ଚାନ୍ଦବାଲି ଥାନାଧିକାରୀ ପଂଚାନନ ମହାନ୍ତିଙ୍କ ଉଦ୍ୟମରେ ଲୋକଙ୍କ କବଳରୁ ମତୋ ଫାଣ୍ଡିର ହୋମାଗାର୍ଡ ଡ୍ରାଇଭର ଶିବ କୁମାର ବୈୟାରୀ ଉତ୍ୟକ୍ତ ଲୋକଙ୍କ କବଳରୁ ଟ୍ରାକ୍ଟର ଚାଳକକୁ ଉଦ୍ଧାର କରି ଥାନାକୁ ନେବା ପରେ ତାକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।