Odiapua.com

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଜନ୍ତୁଆଳି ନୂଆଗାଁ ଗ୍ରାମର ଆନନ୍ଦ ଘଡ଼େଇଙ୍କ ପୁଅ ପ୍ରେମାନନ୍ଦ ଘଡ଼େଇ (୨୮)ଙ୍କର ଟ୍ରାକ୍ଟର ଓଲଟି ମୃତ୍ୟୁ ହୋଇଥିବା ଜଣାଯାଇଛି। ବୁଧବାର ସନ୍ଧ୍ୟାରେ ସେ ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଶ୍ୱନାଥପୁର ଠାରେ ଏକ ନୟନଜୋରିକୁ ଓଲଟି ପଡ଼ିଥିଲା। ଡ୍ରାଇଭର ପ୍ରେମାନନ୍ଦ ଟ୍ରାକ୍ଟରର ତଳେ ଚାପି ହୋଇ ରହି ଯାଇଥିଲା। ଖବର ପାଇ ସ୍ଥାନୀୟ କେତେକ ବ୍ୟକ୍ତି ତାଙ୍କୁ ଟ୍ରାକ୍ଟର ତଳୁ ବାହାର କରି ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।