Odiapua.com

ଟ୍ରମ୍ପଙ୍କ ବୟାନ ଉପରେ ଉତ୍ତର ରଖିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୨/୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମତ ଉପରେ ଟିପ୍ପଣୀ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର।

ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବେଳେ ପୂର୍ବରୁ ଭାରତ ଏପ୍ରସଙ୍ଗରେ ସ୍ପଷ୍ଟ ମତ ରଖିସାରିଛି। ଅନ୍ୟପଟେ କାଶ୍ମୀର ହେଉଛି ଦ୍ୱିପାକ୍ଷିକ ସମସ୍ୟା। କଶ୍ମୀର ପ୍ରସଙ୍ଗରେ କେବଳ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ହେବ।