Odiapua.com

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୋଳ,୨୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଜରପଡା ଥାନା ଜରପଡା ରେଲୱେ ଓଭର ବ୍ରିଜ ଉପରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦାରୁ ଜରପଡା ଯାଇଥିବା ରାସ୍ତାରେ ଜରପଡା ଆଡୁ ଛେଣ୍ଡିପଦା ଆଡକୁ ଯାଉଥିବା ଏକ 0D-35-D-0634 ଏକ ଟ୍ରକ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମୋଟର ସାଇକେଲରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ଦୁଇଜଣ ଅନୁଗୋଳ ରାଣୀଗୋଡା ଗାଁର ବୋଲି ଅନୁମାନ କରା ଯାଉଥିବା ବେଳେ ସଠିକ ପରିଚୟ ଜଣା ପଡି ନାହିଁ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । ସେପଟେ ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛି ।