Odiapua.com

ଟ୍ରକ ଧକ୍କାରେ ମହିଳା ଗୁରୁତର,ଗ୍ରାମବାସୀ ମାନେ ଗାଡି ଓ ଡ୍ରାଇଭର କୁ ଧରି ପୁଲିସ ଜିମାଦେଲେ

ମାଲକାନଗିରି,୧୨ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପୋଟ୍ରେଲ ପଚାଂୟତ ସ୍ଥ ଏମଭି୫୩ ଗ୍ରାମର କୃଷ୍ଣ ମଣ୍ଡଳ ଙ୍କ ପତ୍ନୀ ପୂଣ୍ଣ ର୍ିମା ମଣ୍ଡଳ (୩୨)ଓ ଗ୍ରାମର କିଛି ଲୋକ ଏକ ଅଟୋ ରେ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ଆଜି ସକାଳେ ଯାଉଥିଲେ । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଗୌଡଗୁଡା ଛକ ରେ ପରିଶ୍ରା କରିବା ପାଇଁ ପୂଣ୍ଣ ର୍ିମା ଅଟୋ ରୁ ଓହ୍ଲାଇ ରାସ୍ତାକଡକୁ ଯାଉଥିବା ବେଳେ ହଟାତ ଏକ ଟ୍ରକ ଦୃତଗତିରେ ଆସିତାଙ୍କୁ ଧକ୍କାଦେଇଥିଲା, ପୂଣ୍ଣ ର୍ିମା ତଳେ ପଡିଯିବାପରେ ତାଙ୍କ ଗୋଡଉପରେ ଗାଡିଚଡି ଯାଇଥିଲା, ଗାଡି ଡ୍ରାଇଭର ଦୃତ ଗତିରେ ବାଲିମେଳା ଅଭି ମୁଖେପଳାଇଥିଲା । ଏହା ଦେଖ ିନିକଟରେ ଥିବା ଯୁବକ କୋରାକୁଣ୍ଡା ତାର୍ଲାକୋଟାର ର କିଛି ଲୋକଙ୍କୁ କୁ ଫୋନ କରି ଥିଲେ ଟ୍ରକଟିକୁ ୍‌ଅଟକାଇବା ପାଇଁ । ଆଦିବାସୀ ନେତା ଘେନୁମୁଦୁଲି ଓ ଅନ୍ୟକିଛି ଯୁବକ କୋରକୁଣ୍ଡା ଠାରୁ ଉକ୍ତ ଟ୍ରକଟିକୁ ପିଛାକରି ଟେକଗୁଡା କଲୋନି ନିକଟରେ ଧରିଥିଲେ । ଉକ୍ତ ଟ୍ରକ ଡ୍ରାଇଭର ଓ ହେଲପର ପ୍ରଚୁର ମଦ୍ୟପାନକରି ଗାଡି ଡଳାଉ ଥିବାରୁ ପ୍ରଥମେ ମହିଳା ଓ ପରେ ଦୁଇଟି ଗାଇଙ୍କୁ ଧକ୍କା ଦେଇ ଖସିପଳାଇବାକୁ ଚେଷ୍ଟାକରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ଧରପଡିଯାଇଥିଲା । ଟ୍ରକଟିକୁ ଧରିବାପରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗଙ୍କୁ ଫୋନ କରାଯାଇଥିଲା । ମାଲକାନଗରି ଥାନା ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଁଚି ଏମପି ୧୩-ଜିଆର୮୭୨୪ ନମ୍ବର ଟ୍ରକ ଟିକୁ ଜବତ କରିବାସହିତ ଡ୍ରାଇଭର ଲାଲୁଶର୍ମା ଓ ହେଲପରଙ୍କୁ ଥାନାରେ ଅଟକ ରଖି ପଚାରା ଉଚରା କରିବାସହ ତଦନ୍ତ ଆରମ୍ଭ କରିଛନ୍ତି ।ଗୁରୁତର ଭାବେ ଆହତ ହୋଇଥିବା ପୂଣ୍ଣ ର୍ିମା ଙ୍କୁ ମାଲକାନଗରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯିବା ସହିତ ଛାତି,ହାତରେ ଆଘାତ ଲାଗିଥିବାର ଜଣାପଡିଛି । ଟେକଗୁଡା ଠାରେ ଟ୍ରକଟିକୁ ଗ୍ରାମବାସୀ ମାନେ ଅଟକାଇବା ପରେ ମଧ୍ୟ ମଦ୍ୟପ ଡ୍ରାଇଭର ଗାଡିରେ ଥିବା ଏକ ମଦବୋତଲ ଧରି ଗାଡିରୁ ଓହ୍ଲାଇ ତଳେବସି ମଦ୍ୟପାନ କରିଥିଲେ । ଏହି ଦୃଶ୍ୟକୁ କିଛି ଯୁବକ ମୋବାଇଲରେ ଉଠାଇ ଭାଇରାଲ କରିଥିବାର ଜଣାପଡିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଟ୍ରକ ଡ୍ରାଇଭର ଘର ଭୋପାଳରେ ସେ କିଛି ପ୍ଲାଷ୍କିକ ସାମଗ୍ରୀ ନେଇ ଆନ୍ଦ୍ରପ୍ରଦେଶକୁ ଯାଉଥିବାର ଜଣାପଡିଛି ।