Odiapua.com

ଟ୍ରକ ଡ୍ରାଇଭରର ଦାଦାଗିରି, ଟ୍ରକ୍ ସଜାଡ଼ିବା ନେଇ ବିଳମ୍ବ ଯୋଗୁଁ ମେକାନିକର କ୍ୟାବିନ୍ କୁ ଟ୍ରକ୍ ଯୋଗେ ଘୋଷାଡ଼ି ନେଲା ଡ୍ରାଇଭର

କେନ୍ଦୁଝର ୨୯-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଟ୍ରକ ଡ୍ରାଇଭର ଙ୍କ ଦାଦା ଗିରି, ଟ୍ରକ୍ ସଜାଡ଼ିବା ନେଇ ବିଳମ୍ବ ଯୋଗୁଁ ଉତ୍ୟକ୍ତ ହୋଇ ଡାଇନାମା ମେକାନିକ କ୍ୟାବିନ୍ କୁ ଟ୍ରକ୍ ଯୋଗେ ଘୋଷାଡ଼ି ନେଲା ଡ୍ରାଇଭର।

ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ଖଲଣା ପେଟ୍ରୋଲ ପମ୍ପ ନିକଟରେ। ଡାଇନାମା ମେକାନିକ କ୍ୟାବିନକୁ ପାଖାପାଖି ୩ କିଲୋମିଟର ଘୋଷାଡ଼ି ନେଇଥିବା ନେଇ ଟ୍ରକ ଡ୍ରାଇଭରଙ୍କ ନାମରେ ସାଇଁକୁଳ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।