Odiapua.com

ଟ୍ରକ ଚାଳକ ଟାଓାରରେ ଚଢି ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଜଣେ ଟ୍ରକ ଚାଳକ ଟାଓାରରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଳ୍ପକେ ବଂଚି ଯାଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଆଜି ସକାଳ ସମୟରେ କମ୍ପାନୀରେ କାର୍ଯ୍ୟରତ ଜଣେ ଟ୍ରକ ଚାଳକ ଦୋସିଙ୍ଗା ବଜାର ଠାରୁ କିଛି ଦୂରରେ ଥିବା ଏକ ୧୩୨ କେଭି ଟାଓାରରେ ଚଢି ଯାଇ ବିଦ୍ୟୁତ ସରବରାହ ହେଉଥିବା ତାରକୁ ଛୁଇଁ ଥିଲେ। ଟାଓାର ତଳେ ଛିଡା ହୋଇଥିବା ଦେଖଣାହାରୀ ତାକୁ ଏହି କାର୍ଯ୍ୟରୁ ବଂଚିତ କରିବା ପାଇଁ ମନା କରୁଥିଲେ ମଧ୍ୟ ସଂପୃକ୍ତ ଯୁବକ ଜଣକ କାହାରିଙ୍କ କୌଣସି କଥା ମାନି ନଥିଲେ। ବିଦ୍ୟୁତ ସକ ଖାଇ ସଂପୃକ୍ତ ବ୍ୟକ୍ତି ଜଣକ କିଛି ସମୟର ସେହି ଟାଓାରରେ ଝୁଲି ରହିବା ପରେ ଆପେ ଆପେ ତଳକୁ ଖସି ପଡିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ଆଦାନୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଗୁରୁତ୍ୱର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସଂପୃକ୍ତ ବ୍ୟକ୍ତିର ନାମ ବାମପଦ ଗୋପେ ତାଙ୍କ ଘର ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର । ତାଙ୍କ ଶରୀରର ୩୦ଭାଗ ପୋଡି ଯାଇଥିବା ଜଣା ଯାଇଛି।