Odiapua.com

ଟ୍ରକ ଉପରେ ଛିଣ୍ଡିଲା ବିଦ୍ୟୁତ ତାର, ଆଉ ତା ପରେ …

ପାରାଦୀପ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ପାରାଦୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଟ୍ରକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ, ଟ୍ରକଟି ଏକ ସ୍ଥାନରେ ଥିବା ବେଳେ ହଠାତ୍ ୩୩କେଭି ବିଦ୍ୟୁତ ତାର ଟ୍ରକ ଉପରେ ଛିଣ୍ଡି ପଡି ଟ୍ରକର ଚକା ଫାଟିଯାଇଥିଲା । ଜୋରରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଆସି ବିଦ୍ୟୁତ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।