Odiapua.com

ଟ୍ରକ୍ ଧକ୍କାରେ ଲୁନା ଚାଳକଙ୍କ ମୃତ୍ୟୁ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଟିଭିଏସ୍ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ପରବର୍ତୀ ସମୟରେ ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ହସ୍ତକ୍ଷେପରେ ରାସ୍ତା ଅବରୋଧ ହଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଏହି ରାସ୍ତାରେ ଭଦ୍ରକ ପୌରପାଳିକାର ୱାର୍ଡ ନଂ ୨୨ର କୁର୍ବାନ ଖାଁ ନାମକ ଜଣେ ଟିଭିଏସ୍ ଲୁନା ଚାଳକ ଯାଉଥିବାବେଳେ ୟୁନାନୀ ହସ୍‌ପିଟାଲ ନିକଟରେ ଏକ ଟ୍ରକ୍ ଲୁନା ଚାଳକ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ କୁର୍ବାନ ଖାଁଙ୍କର ମୃତ୍ୟୁ ଘଟିଥିଲା। ଉତ୍ୟକ୍ତ ଲୋକେ ଟ୍ରକ୍‌ଟିକୁ ଭଂଗାରୁଜା କରିଥିବାର ଦେଖାଯାଇଛି। ଏହି ଘଟଣାରେ ପୁଲିସ୍ ଓଡି-୦୪ସି-୮୯୫୩ ନମ୍ବରର ଟ୍ରକ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ତେବେ ଏହି ଘଟଣାର ଖବର ପାଇ ରାଜ୍ୟ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ (ଜାନୁ) ସ୍ଥାନୀୟ ପାରିଷଦଙ୍କ ସହ ଘଟଣାସ୍ଥଳରେ ପହଂଚି ମୃତ କୁର୍ବାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।