Odiapua.com

ଟୋଲ୍‌ଗେଟ୍  ଉଚ୍ଛେଦକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡା ୧୫ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୀର୍ଘ ଦିନ ହେଲା ନୂଆଡ଼ିହି ଟୋଲଗେଟ ଉଚ୍ଛେଦ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାହୋଇ ଆସୁଥିବାକୁ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବ୍ରଜରାଜନଗର ନାଗରିକ ମଞ୍ଚ। ଝାରସୁଗୁଡା ଜିଲ୍ଲା ନୂଆଡିହରେ ଥିବା ଟୋଲ୍‌ଗେଟ୍ ର ଉଚ୍ଛେଦକୁ ନେଇ ବ୍ରଜରାଜନଗରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି।