Odiapua.com

ଟୋଲଗେଟରୁ ୩୮ ଗିରଫ

ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଥମ ଦିନରେ ୩୮ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି । ୯ଟି ଜିଲ୍ଲାର ୧୪ଟି ଟୋଲ୍‌ଗେଟ୍‌ରେ ଚେକିଂ ଚାଲିଥିଲା । ମଦ୍ୟପାନ କରି ଗାଡ଼ି ଚାଳନା ବେଳେ ଧରାପଡ଼ିଲେ ୩୮ ଜଣ । ସୁନ୍ଦରଗଡ଼ରେ ସର୍ବାଧିକ ୧୧ ଜଣ ଗିରଫ ହୋଇଛନ୍ତି ।

ତେବେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ଗତକାଲି ଟୋଲଗେଟ୍‌ରେ କଡ଼ାକଡ଼ି ଚେକିଂ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ବିଶେଷ କରି ମଦ୍ୟପ ଗାଡ଼ି ଚାଳକଙ୍କୁ ଦମନ କରିବା ଲକ୍ଷ୍ୟରେ ଏପରି କରାଯାଇଥିଲା । ବ୍ରେଥ ଆନାଲାଇଜର୍‌ ଏବଂ ରକ୍ତ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଥିଲା ।