Odiapua.com

ଟେନିକୋଟ୍ ବିଶ୍ୱକପ୍ ଖେଳିବା ବାଟ ଫିଟିଲା, ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ କ୍ୟାମ୍ପରେ ଭଦ୍ରକର ନିର୍ମଳ ସାମିଲ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟେନିକୋଟ୍ ବିଶ୍ୱକପ୍ ଖେଳିବେ ଭିନ୍ନକ୍ଷମ । ଭଦ୍ରକର ନିର୍ମଳ ସେନ୍ ଅଷ୍ଟମ ଟେନିକୋଟ୍ ବିଶ୍ୱକପ୍ ଖେଳିପାରନ୍ତି । ଭାରତୀୟ ଟିମ୍‌ରେ ଖେଳିବା ନେଇ ବାଟ ଫିଟିଛି । ଏନେଇ ଚେନ୍ନାଇରେ ହେବାକୁ ଥିବା ଶେଷ ଟ୍ରେନିଂ କ୍ୟାମ୍ପରେ ନିର୍ମଳ ଭାଗ ନେବେ । ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସରୁ ଦକ୍ଷିଣ ଆଫିକ୍ରାରେ ଆରମ୍ଭ ହେବ ଟେନିକୋଟ୍ ବିଶ୍ୱକପ୍ । ୩୦ ସେପ୍ଟେମ୍ବରରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଖେଳ । ଏହି ବିଶ୍ୱକପ୍‌ରେ ଭାରତ ଭାଗ ନେବ । ସର୍ବଭାରତୀୟ ସ୍ତରରେ ୧୦ ଜଣ ଖେଳାଳି ଏଥିପାଇଁ ମନୋନିତ ହେବେ । ଏନେଇ ମଇ ୧୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଶେଷ ପର୍ଯ୍ୟାୟ ଟ୍ରେନିଂ କ୍ୟାମ୍ପ ହେବ । ଏହି ପ୍ରଶିକ୍ଷଣ ଶିବିରରୁ ଶ୍ରେଷ୍ଠ ୧୦ ଖେଳାଳି ବିଶ୍ୱକପ୍‌ରେ ଭାଗ ନେବେ । ତେବେ ଭଦ୍ରକ ଜିଲା ଟେନିକୋଟ୍ ଆସୋସିଏସନ୍ ଖେଳାଳି ଭିନ୍ନକ୍ଷମ ନିର୍ମଳ ସେନ୍ ଏହି ଟ୍ରେନିଂ କ୍ୟାମ୍ପକୁ ମନୋନିତ ହୋଇଛନ୍ତି । ନିର୍ମଳଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ବିଶ୍ୱକପ୍ ପାଇଁ ତାଙ୍କୁ ଟିକେଟ୍ ମିଳିବ ବୋଲି ଆଶା ରଖୁଛି ଓଡ଼ିଶା ଟେନିକୋଟ୍ ଆସୋସିଏସନ୍ ।