Odiapua.com

ଟେନିକଏଟ ଓଡ଼ିଶା ଦଳରେ ଭଦ୍ରକରୁ ୪ଜଣ, ଖେଳାଳୀଙ୍କୁ ଶୁଭେଚ୍ଛା ଜଣେଇଲେ ରାଜ୍ୟ ଅଧ୍ୟକ୍ଷ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୭ତାରିଖରେ ତାମିଲନାଡୁର ଭେଲାମେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟେନିକଏଟ ପ୍ରତିଯୋଗିତା ଅନୁଷ୍ଟିତ ହେବାକୁ ଯାଉଛି। ଏଥିରେ ଓଡିଶା ଦଳରେ ଭଦ୍ରକର ୩ଜଣ ନିର୍ମଳ ସେନ, ଦିବ୍ୟଜ୍ୟୋତି ବେହେରା, ରାଜକିଶୋର ଦାସ ବାଳକ ଦଳରେ ସାମିଲ ହୋଇଥିବା ବେଳେ ବାଳିକା ଦଳରେ ଅଭିଲିପ୍ସା ପୃଷ୍ଟି ସାମିଲ ହୋଇଛନ୍ତି। ଆଜି ଭଦ୍ରକ କଲେଜ ପଡିଆ ଠାରେ ଭଦ୍ରକ ଜିଲା ଟେନିକୋଏଟ ସଭାପତି ତଥା ଓଡିଶା ଟେନିକୋଏଟ ଆସୋସିଆସନର ଅଧ୍ୟକ୍ଷ ଅଧ୍ୟାପକ ଗୋଲକ ନାୟକ, ଉପସଭାପତି ଭବେଶ ଦାସ, ସୁବାସ ଦୀକ୍ଷିତ, ରାଜତୀଳକ ସ୍ୱାଇଁ, ରାଜେଶ ଦାସ, ସାଧାରଣ ସମ୍ପାଦକ ମନୋଜ ସାହୁ, କୋଷାଦକ୍ଷ ଚନ୍ଦନ ଦେ, ସହ ସମ୍ପାଦିକା ସଂଧ୍ୟାରାଣୀ ପାଣିଗ୍ରାହୀ ଓ ମୋନାଲିସା ରାଉତ ଯୋଗଦେଇ ସେମାନଙ୍କର ସଫଳ କାମନା କରିଥିଲେ ଓ ଓଡିଶା ଏବଂ ଭଦ୍ରକର ନାମ ରଖିବାକୁ ଆଶୀର୍ବାଦ ଦେଇଥିଲେ।