ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଗୁରାଇ ସ୍ଥିତ ବିନ୍ଦୁମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ଟେନିକଏଟ୍ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇ ଯାଇଛି । ଦୀର୍ଘ ୯ ଦିନ ଧରି ଚାଲିଥିବା ଏହି ଶିବିରରେ ୪୦ରୁ ଉର୍ଦ୍ଧ୍ୱ ଶିବିରାର୍ôଥ ଭାଗ ନେଇଥିଲେ । ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଗତକାଲି ଉଦ୍ଯାପନୀ ଉତ୍ସବକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶାରୀରିକ ଶିକ୍ଷା ନୀରିକ୍ଷକ ମାନସ ରାଉତ, ବି.ଇ.ଓ. ଚକ୍ରଧର ମଲ୍ଲିକ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ ପ୍ରମୁଖ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ଜିଲ୍ଳା ଟେନିକଏଟ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଆସୋସିଏସନର ସମ୍ପାଦକ, ସଭାପତି, ବରିଷ୍ଠ ଖେଳାଳୀ ବିଭିନ୍ନ ଦିନରେ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଶିବରକୁ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ମହାନ୍ତି, ସେମାନାଥ ପରିଡ଼ା, ସନ୍ତୋଷ ଖିଲାର, ତରୁଣ କୁମାର ଭଟ୍ଟାଚାର୍ଯ୍ୟ, କ୍ରୀଡା ଶିକ୍ଷକ ତପନ କୁମାର ମିଶ୍ର, ଜିଲ୍ଳା କ୍ରୀଡା ସଂଗଠକ ମନୋଜ ସାହୁ, ଶିକ୍ଷୟିତ୍ରୀ ଅପରାଜିତା ଦାସ, ମାନସୀ ପାଢୀ, ଅଫିସ ସହାୟକ ଗଣେଶ ପ୍ରସାଦ ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।