Odiapua.com

ଟେନିକଏଟ୍ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ ଆନୁକୁଲ୍ୟରେ ଆଜିଠାରୁ ଟେନିକଏଟ୍ ଖେଳାଳୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି । ଏହି ଶିବିର ୧୦ ଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଦକ୍ଷ ପ୍ରଶିକ୍ଷକମାନଙ୍କ ଦ୍ୱାରା ଖେଳାଳୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଶିବିରକୁ ମୁଖ୍ୟଅତିଥି ଭାବେ କାଉନ୍‌ସିଲରଙ୍କ ପ୍ରତିନିଧି ଅଶୋକ କୁମାର ନାୟକ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭୟ କୁମାର ପଣ୍ଡା, ଭଦ୍ରକ ଜିଲ୍ଳା ଟେନିକଏଟ୍ ସଂଘ ସମ୍ପାଦକ ମନୋଜ କୁମାର ସାହୁ, ଉପସଭାପତି ସୁବାସ ଦୀକ୍ଷିତ, ବିଦ୍ୟାଳୟର ଶିକ୍ଷକ ରବିନାରାୟଣ ମହାନ୍ତି ତରୁଣ କୁମାର ଭଟ୍ଟାଚାର୍ଯ୍ୟ, ସନ୍ତୋଷ ଖିଲାର, ସୋମନାଥ ଜେନା, ବିଦ୍ୟାଳୟର ଅଫିସ୍ ସହାୟକ ଗଣେଶ ପ୍ରସାଦ ଦତ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତପନ କୁମାର ମିଶ୍ର ଏହି ଶିବିରକୁ ପରିଚାଳନା କରୁଛନ୍ତି ।