Odiapua.com

ଟେଣ୍ଡର ମୁତାବକ ଟଙ୍କା ନ ମିଳିବା ନେଇ ଦିନିକିଆ ଲାଇସେନ୍ସ ଧରି ଠିକାଦାରଙ୍କ ଅନଶନ

ବଲାଙ୍ଗୀର, ୦୫-୧୦ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର କଂଟାବାଂଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ ମୁଳକ କାମର ଟେଂଡର ହୋଇଥିଲା। ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ କରିଥିଲେ। ବିଭିନ୍ନ କାର୍ଯ୍ୟର ଟେଂଡର କରିଥିବା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ବଦଳି ହୋଇଥିବା ଓ ତାଙ୍କ ସମୟର ଟେଂଡର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଥିବା ଟଙ୍କା ନ ମିଳିବା ପ୍ରତିବାଦରେ ଠିକାଦାର ଚୈତନ୍ୟ ମାଝି, ପ୍ରାଣଦା ମହାନ୍ତି, ବିମଲ ଜୈନ, ରାଜେନ୍ଦ୍ର ବେହେରା, ବେଦବ୍ୟାସ ନାଗ ଆଜି ଏନଏସି କାର୍ଯ୍ୟାଳୟ ପରିସରରେ ଦିନକିଆ ଆମରଣ ଅନଶନ କରିଛନ୍ତି। ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଥିବା ଦ୍ୱାରା ଠିକାଦାରଙ୍କ ଟେଂଡର କାର୍ଯ୍ୟ ଟଙ୍କା ଅନିଶ୍ଚିତ ଥିବା ନେଇ ଏହି ଦିନକିଆ ଅନଶନ କରିଥିବା ଠିକାଦାରମାନେ କହନ୍ତି। ଏହି ଅନଶନ ଉପରେ ଏନଏସି ନିର୍ବାହୀ ଅଧିକାରୀ ନ ଥିବାରୁ କୌଣସି ମତାମତ ମିଳିପାରି ନାହିଁ।