Odiapua.com

ଟେଣ୍ଡର ପାଇବାକୁ ନେଇ ଉତେଜନା

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣଙ୍କ ନାମରେ ଦୁଇଟି ଟେଣ୍ଡର ପାଇବାକୁ ନେଇ ପୈାର ପରିଷଦ କାର୍ଯ୍ୟାଳୟରେ ଉତେଜନା ଦେଖାଦେଇଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପୈାରପାଳିକାର ବିଭିନ୍ନ ସ୍ଥାନରେ ତିନିଗୋଟି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ମୋଟ ୫୨ଜଣ ତିନିଗୋଟି ପ୍ରକଳ୍ପ ପାଇଁ ଆବେଦନ କରିଥିଲେ । ମାତ୍ର ଜଣଙ୍କ ନାମରେ ଦୁଇଗୋଟି ଟେଣ୍ଡର ପଡିଥିଲା । ଏମିତିବି ସେହି ଜଣଙ୍କ ନାମରେ ଦୁଇଗୋଟି ପ୍ରକଳ୍ପ ଗୋଳା ଉଠିବା ସମୟରେ ଅନ୍ୟଟେଣ୍ଡରଧାରୀମାନେ ପ୍ରତିବାଦ କରିଥିଲେ । ଜାଣିଶୁଣି ଟେଣ୍ଡର ଫିକ୍ସିଂ କରାଯାଉଥିବା ଅଭିଯୋଗକୁ ନେଇ ଦିର୍ଘ ଏକ ଘଂଟା ପର୍ଯ୍ୟନ୍ତ ପୈାର ପରିଷଦର ସଭାଗୃହରେ ଉତେଜନା ଲାଗି ରହିଥିଲା । ଏନେଇ ପୈାର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଦାଶ କୁହନ୍ତି, ଜଣେ ଲୋକଙ୍କ ନାମରେ ଦୁଇଗୋଟି ଟେଣ୍ଡରରେ ଆବେଦନ କରାଯାଇଥିବା ଆମେ ଜାଣିନଥିଲୁଁ । ଆଜିର ଟେଣ୍ଡରୁ ବାତିଲ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ।