Odiapua.com

ଟିୟୁମୋର ଯନ୍ତ୍ରଣାରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ଆଦିବାସୀ ଯୁବକ,ଚିକିତ୍ସାରେ ଅର୍ଥସାଜିଛି ବାଧକ

ମାଲକାନଗିରି,୯ା୧୨(ଓଡିଆ ପୁଅ )  ଅର୍ଥଅଭାବରୁ ଜଣେ ଗରିବ ଆଦିବାସୀ ଯୁବକ ଟିୟୁମୋର ରୋଗରେ ଆକ୍ରାନ୍ତ ହୋଇ ଗତ ପାଚଂବର୍ଷ ହେଲା ଯନ୍ତ୍ରଣାରେ ଛଟପଟହେଉଛନ୍ତି  । ଉଚ୍ଚତର ଚିକିତ୍ସା କରିବା ପାଇଁ ତାନିକଟରେ ଅର୍ଥଅଭାବ ଥିବାରୁ ମାଲକାନଗିରି ହସପିଟାଲ ଚଟାଣରେ ପଡି ରହି ଜୀବନ ଓ ମରଣ ସହିତ ସଂଘର୍ଷ କରୁଛନ୍ତି, ତାଙ୍କୁ ଉଚ୍ଛତର ଚିକିତ୍ସା ନିମନ୍ତେ ଜିଲ୍ଲାବାହରର ବଡ ହସପିଟାଲକୁ ମାଲକାନଗିରି ଡାକ୍ତର ଖାନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି  । ହେଲେ ଅର୍ଥଅଭାବରୁ  ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମରଣ କେବେ ଆସିବ ତାବାଟକୁ ଚାହିଁ ରହିଛି ଏହି ଯୁବକ , ମାଲକାନଗିରି ଜିଲ୍ଲା୍ ମୁଦୁଲିପଡା ଥାନାସ୍ଥ  ଲମତାଗୁଡା ଗ୍ରାମର ନରସିଂହ ନାୟକ ଜଣେ ଗରିବ   ଆଦିବାସୀ,ଗତ ୫ବର୍ଷ ହେଲା  ତାଙ୍କ ଗୋଡ ରେ ଦିନକୁ ଦିନ ଫୁଲି ଯନ୍ତ୍ରଣା ହେଲା ତାହା ଧିରେ ଧିରେ ବଡ ହୋଇ ପ୍ରାୟ ୩୦କେଜି ଓଜନର ଟିୟୁମୋର ହୋଇଗଲା, ଘରେ ଯାହା ଟଙ୍କା ପଇସା ,ବାସନକୁଶନ.ଛେଳି ଗାଈ ଓ ଜମିଥିଲା ଚିକିତ୍ସା ପାଇଁ ବିକ୍ରୀ କରି ସବୁସରିଗଲା ପଛେ ରୋଗ ଭଲ ହେଲା ନାହିଁ,  ରୋଗ କମିବା ବଦଳରେ ଦିନକୁ ଦିନ  ଯନ୍ତ୍ରଣା ବଢି ଚାଲିଲା,ଟି୍ୟୁମୋର ଯନ୍ତ୍ରଣାରେ ସେ ଭଲଭାବରେ ଖାଇପାରିଲେ ନାହିଁ କି ଶୋଇପାରିଲେ ନାହିଁ, ତାଙ୍କୁ ପ୍ରଥମେ ଖଇରପୁଟ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ତାଙ୍କର ଅବସ୍ଥା ସଙ୍କଟା ପନ୍ନହେବାରୁ ମାଲକାନଗିରି ଜିଲ୍ଲାର ସମାଜସେବୀ ରାମକୃଷ୍ଣଚୌଧୁରୀ ଓ କିଛି ସ୍ୱଚ୍ଛାସେବୀ ଯୁବକ ନୃସିଂହଙ୍କୁ ଆମ୍ବୁଲାନ୍ସରେ ଆଣି ମାଲକାନଗିରି ଜିଲ୍ଲାହସପିଟାଲରେ ଭର୍ତି କରିଛନ୍ତି ।  ଏବେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛି, ମାଲକାନଗିରିରେ ତାଙ୍କର ଅପରେସନ ସମ୍ଭବ ହେଉନଥିବାରୁ ତାଙ୍କୁ କୋରାପୁଟ କିମ୍ବା କଟକ  ହସପିଟାଲକୁ ସ୍ଥାନାନ୍ତରିତ କରିବାକୁ ପଡିବ ବୋଲି ଡାକ୍ତରମାନେ କହିଛନ୍ତି , ଏକଥା ସୁଣି ନୃସିଂହ ଙ୍କ ମୁଣ୍ଡରେ ଚଡକ ପଡି ଯାଇଛି, ଗରିବ ଲୋକ ପଇସା କେଉଁଠୁ ପାଇବ ଯେ କୋରାପୁଟ କି କଟକ ହସପିଟାଲକୁ ଯିବେ ,ସେ କଥା ରେ ତାଙ୍କର ମୁଣ୍ଡ କାମ କରୁନାହିଁ । ନୃସିଂହ ଶଯ୍ୟାରେ ପଡିରହି କେବଳ ଜୁଳୁ ଜୁଳୁ କରି ଚାହିଁରହିଛନ୍ତି,ସେ କେମିତି ଭଲ ହେବ ତାର ସ୍ତ୍ରୀ ରାତିଦନି ତା ସେବାରେ ଲାଗିପଡିଛି ,ଡାକ୍ତର ମାନଙ୍କୁ ନେହୁରା ହେଉଛି ତା ସ୍ୱାମିଙ୍କୁ ଭଲ କରିଦେବା ପାଇଁ ,ଗରିବ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଅନେକ ପ୍ରକାର ଯୋଜନା କରୁଛନ୍ତି ବିଶେଷ କରି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପିଲାଜନ୍ମ ହେଲା ଠାରୁ ବୁଢା ହୋଇ ମରିଗାଲାପରେ ମଶାଣିକୁ ଗଲା ପର୍ଯ୍ୟନ୍ତ ସବୁକିଛି ଖର୍ଚ୍ଚ ସରକାର ବହନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି,ହେଲେ ଜଣେ ଗରିବ ଆଦିବାସୀ ଯୁବକ ଟିୟୁମୋର ରୋଗରେ ପଡି  ଅର୍ଥଅଭାବରୁ ଚିକିତ୍ସା ହୋଇ ନପାରି ଡାକ୍ତରଖାନାରେ  ପଡିରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।