ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଳୟ ମଣିଷ ତିଆରି କାରଖାନା । ଏଠାରୁ ନିର୍ମାଣ ହୋଇଥିବା ମଣିଷ ମାନେ ପରବର୍ତୀ ସମୟରେ ଅନ୍ୟ ମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଗାଇ ଦେବାରେ ସହଭାଗିତା ହେଲେ ସେମାନଙ୍କ ଶିକ୍ଷାର ପୂର୍ଣ୍ଣତା ଲାଭ କରିବ ବୋଲି ଆଜି ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱୀତିୟ ଦିବସରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମତବ୍ୟକ୍ତ କରିଛନ୍ତି । ମୁଖ୍ୟବକ୍ତା ଭାବେ ଦୂରଦର୍ଶନର ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର ପଣ୍ଡା ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣ ଜୟନ୍ତୀ ୫୦ ବର୍ଷର ସ୍ମୃତିକୁ ଉଦ୍ଯିବିତ କରେ, ସେହି ସ୍ମୃତି ଆମ ଜୀବନକୁ ନିର୍ମାଣ କରିଥିଲା ଏକଥା ମନକୁ ଆସେ । ଜୀବନରେ ତୃଟି ବିଚ୍ୟୁତି ଘଟିଲେ ସେହିି ଶିକ୍ଷା ଓ ସ୍ମୃତି ଆଗକୁ ମାର୍ଜିତ କରେ ବୋଲି ସେ କହିଥିଲେ । ଜୟନ୍ତୀ କମିଟିର ଆବାହକ ପ୍ରଧାନଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସୁବାଷ ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁ, ବିଶ୍ୱନାଥ ଓଝା, ନାରାୟଣ ଚନ୍ଦ୍ର ସାମଲ,ସେକ୍ ସମ୍ମତ, ପଦ୍ମନାଭ ବିନ୍ଧାଣୀ, ବିଦ୍ୟାଧର ଲେଙ୍କା, ଦୋଳଗୋବିନ୍ଦ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗାରିମାମୟ ଅନୁଭୂତି ନେଇ ମତ ରଖିଥିଲେ । ଶିକ୍ଷକ ସୁକାନ୍ତ କୁମାର ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିଙ୍କ ସମେତ ସ୍ୱର୍ଗତଃ ରମେଶ ଚନ୍ଦ୍ର ସ୍ୱାଇଁ, ଅନିରୁଦ୍ଧ ବେହେରା,ନରହରି ବେହେରା, ପ୍ରଶାନ୍ତ ଦାସଙ୍କ ପରିବାର ଏବଂ ନୃସିଂହ ଚରଣ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତିର ବିଶେଷଜ୍ଞ ଡ. ହରିହର କାନୁନଗୋ, ମୁଖ୍ୟବକ୍ତା ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରାଧ୍ୟାପକ ଡ. ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ଡ. ମୁରଲୀଧର ସୂତାର, ପ୍ରାଧ୍ୟାପକ ନରେନ୍ଦ୍ର କୁମାର ନାୟକ, ଗୋପାଳ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଗୀତା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳଙ୍କ ତତ୍ୱାବଧାନରେ ନରୋତମ ସ୍ୱାଇଁ, ଲକିମାଷ୍ଟର ସ୍ୱାଇଁ,ସଂଗ୍ରାମ ଜେନା, ରମାକାନ୍ତ ପାଣିଗ୍ରାହୀ, ଏଲ୍ ଅମରଜିତ୍ ସ୍ୱାଇଁ, ମାଧବାନନ୍ଦ ବିଶ୍ୱାଳ, ପ୍ରଶାନ୍ତ ସାହୁ, ନିରଞ୍ଜନ ସାମଲ, ଶିକ୍ଷୟିତ୍ରୀ ବସୁନ୍ଧରା ଜେନା, ଗୀତାଞ୍ଜଳୀ ଚାନ୍ଦ, ମୌନାବତୀ ସାମଲ, ସାଗରିକା ପୁହାଣ, ଲକ୍ଷ୍ମୀରାଣି ସାହୁ, ବାସନ୍ତୀ ଲତା ଜେନା,କମଳାକାନ୍ତ ନାୟକ, ଗୟାଧର ମଲ୍ଲିକ୍,ସୁମିତ୍ରା ବେହେରା,ଗୌରୀବାଳା ପାତ୍ର, ତେଜଶ୍ରୀ ଦିବ୍ୟାର୍ଚ୍ଚନା ରାଉତ, ନିଳିମା ମଞ୍ଜରୀ ରାଉତ, ତାପସ ନାୟକ ପ୍ରମୁଖ ସହଯୋଗ କରିଥିଲେ ।