Odiapua.com

ଟିମକୁ ଭୟଭୀତ ହେବାର ଆଶଙ୍କା ନାହିଁ

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍‌ ଆସିଥିଲା। ଯେଉଁଥିରେ ଭାରତୀୟ ଖେଳାଳୀଙ୍କ ଉପରେ ବିପଦ ରହିଛି ବୋଲି ସୂଚନା ରହିଥିଲା।

ଟିମ୍‌ ଇଣ୍ଡିଆର ସୁରକ୍ଷା ଦାୟିତ୍ୱରେ ଥିବା ଏଜେନ୍ସିକୁ ଧମକ ବିଷୟରେ ଜଣାଇବା ପରେ ତଦନ୍ତ ହେବା ପରେ ଏହା ଏକ ମିଛ ମେଲ୍‌ ବୋଲି ଜଣାପଡିଥିବା ଜଣେ ବିସିସିଆଇ କର୍ମକର୍ତ୍ତା କହିଛନ୍ତି। କିନ୍ତୁ ଏହିସବୁ ସତ୍ୱେ ଟିମ ଇଣ୍ଡିଆର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରଖାଯାଇଛି।