Odiapua.com

ଟିପ୍ପର ଟ୍ରକ ମାଲିକ ସଂଘର ଭଦ୍ରକ -ଧାମରା ରେଳପଥ ଅବରୋଧ ,ନିଯୁକ୍ତି ଓ ପରିବହନରେ ସୁଯୋଗ ନ ମିଳିଲେ ଆତ୍ମାହୁତି ଚେତାବନୀଉପଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ସାହାପୁର ରାସ୍ତା ଲେବ୍ଳକ୍ରସିଂ ନିକଟରେ ଟିପ୍ପର ( ଡମ୍ଫର),ଜିଲ୍ଲା ବିକାଶ ପରିଷଦ,ପିରାହାଟ ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ପୂର୍ବାହ୍ନରେ ରେଳରୋକ କରିବାସହିତ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା।ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଓ ପରିବହନ କ୍ଷେତ୍ରରେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼ ପକ୍ଷରୁ ଚରମ ଅବହେଳା ପ୍ରଦର୍ଶନ କରାଯାଇଛି କ୍ଷ ଏହାର ପ୍ରତିବାଦରେ ଭଦ୍ରକ -ଧାମରା ରେଳପଥ ଅବରୋଧ କରାଯିବ ବୋଲି ସଂଘପକ୍ଷରୁ ଡାକରା ଦିଆଯାଇଥିଲା।ଏହି ଖବର ପାଇବାପରେ ଗୁରୁବାର ପ୍ରଶାସନ ପକ୍ଷରୁ ରେଳପଥର ବିଭିନ୍ନ ଲେବଲ କ୍ରସିଂରେ ୧୬୩ଧାରା ଲାଗୁ କରାଯାଇଥିଲା।ମାତ୍ର ଜିଲା ବିକାଶ ପରିଷଦ, ଟିପ୍ପର ଟ୍ରକ ମାଲିକ ସଂଘ, ବିଶ୍ୱକର୍ମା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ମାଲିକମାନେ ରେଳ ଧାରଣା ଉପରେ ରେଳରୋକକରି ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ରେଳ ପଥର ଉଭୟ ପାର୍ଶ୍ୱରେ ଦୁଇଟି ମାଲବାହୀ ଟ୍ରେନ ଅଟକି ରହିଥିବା ଦେଖାଯାଇଥିଲା।ପୂର୍ବାହ୍ନ ୧୧ଟା ବେଳେ ଆନ୍ଦୋଳନ କରାଯିବା ପରେ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଏଏସପି ଅରୂପ ଅଭିଷେକ ବେହେରା, ତିହିଡି଼ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ କ୍ଷ ପରେ ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଉପସଭାପତି ଚନ୍ଦନ କୁମାର ନାୟକ ପ୍ରମୁଖଙ୍କ ସହ ଉପଜିଲାପାଳ ଚକ୍ରବର୍ତ୍ତୀ ଆଲୋଚନା କରିଥିଲେ କ୍ଷ ସଂଘ ସଭାପତି ଶ୍ରୀ ରାୟ ମହାପାତ୍ର ଦର୍ଶାଇଥିଲେ ଯେ , ସ୍ଥାନୀୟ ଅଞ୍ଚଳର ଜନସାଧାରଣ କମ୍ପାନୀକୁ ଜମି ଦେଇ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଡିପିସିଏଲ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ନିଯୁକ୍ତି ଦେଉନାହିଁ। କମ୍ପାନୀର ଦକ୍ଷିଣ ପାର୍ଶ୍ୱରେ ଥିବା ତିହିଡି,ପିରାହାଟ, ଗଦି,ମତୋ,ଦୋଳସାହି,ଭଦ୍ରକ ଇତ୍ୟାଦି ଅଞ୍ଚଳର ଟ୍ରକ ଓ ଟିପ୍ପର ମାଲିକ ମାନେ ଡ଼ିପିସିଏଲରୁ ପରିବହନ ସୁବିଧା ପାଇପାରୁ ନାହାନ୍ତି। ଯେଉଁଥି ପାଇଁ ମାଲିକ ମାନେ ଗାଡି କିସ୍ତି ସୁଝିନପାରି ଆତ୍ମହତ୍ୟା କରିବାକୁ ସ୍ଥିର କରିଛନ୍ତି।ଅଥଚ ଧାମରା ଅଞ୍ଚଳର ବସବାସ କରୁଥିବା ବାଂଲାଦେଶୀ ମାନେ ଡିପିସିଏଲକୁ କବ୍ଜା କରି ବ୍ୟବସାୟ ଚଳାଇ କୋଟିପତି ହେଉଛନ୍ତି।ଏସମ୍ପର୍କରେ ବିଭିନ୍ନ ସମୟରେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ କ୍ଷ ଯାହାଫଳରେ ଜିଲାର ଟ୍ରକ, ଟିପର ମାଲିକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି କ୍ଷ ଅପରପକ୍ଷେ ଧାମରା ନିକଟବର୍ତ୍ତୀ ଅଞ୍ଚଳର ବାଂଲାଦେଶୀ ଅନୁପ୍ରବେଶକାରୀମାନେ କମ୍ପାନୀରୁ ଫାଇଦା ଉଠାଇ ମାଲାମାଲ ହେଉଛନ୍ତି କ୍ଷ ସଂଘ ସମ୍ପାଦକ ଶ୍ରୀ ମହାନ୍ତି, ଉପସଭାପତି ଶ୍ରୀ ନାୟକ, ବିଶ୍ୱକର୍ମା ଟ୍ରକ ଚାଳକ ସଂଘ ସଭାପତି ପ୍ରଫୁଲ୍ଲ ପୃଷ୍ଟି ମଧ୍ୟ ଅନୁରୂପ ସୂଚନା ଦେଇ କହିଥିଲେ ଯେ, ଧାମରା କମ୍ପାନୀ ପାଇଁ ଭଦ୍ରକ, ତିହିଡି଼ ଓ ଚାନ୍ଦବାଲି ଅଞ୍ଚଳର ଚାଷୀମାନେ ହଜାରହଜାର ଏକର ଜମି ଦେଇଥିଲେ କ୍ଷ ମାତ୍ର ସେମାନେ କୌଣସି ଉପକାର ପାଇ ନଥିବା ବେଳେ କମ୍ପାନୀ ଅନୁକମ୍ପାରେ ଧାମରା ନିକଟ ୭ପଞ୍ଚାୟତର ଟ୍ରକ, ଟିପର ମାଲିକମାନେ ଯଥେଷ୍ଟ ଫାଇଦା ପାଉଛନ୍ତି କ୍ଷ ଏହି ସମସ୍ୟାର ସମାଧାନ ନହେଲେ ସେମାନେ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଥିଲେ କ୍ଷ ଉପଜିଲାପାଳ ଚକ୍ରବର୍ତ୍ତୀ ସମସ୍ୟାର ତ୍ୱରିତ ସମାଧାନ ସ୍ୱରୂପ ଆସନ୍ତା ୧୫ଦିନ ମଧ୍ୟରେ ଦିନଧାର୍ଯ୍ୟକରି ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯିବ ଏବଂ ଆଲୋଚନାରେ ସଂଘର କର୍ମକର୍ତ୍ତଙ୍କୁ ସାମିଲ କରାଯିବ । ଆଲୋଚନା ଯେମିତି ଫଳପ୍ରଦ ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ଜୀବନ ହାନି ଭଳି କ୍ଷତି ପହଞ୍ଚିବା ନିଷ୍ପତ୍ତିରୁ ନିବୃତ ରହିବାକୁ ସେ ପରାମର୍ଶ ଦେଇଥିଲେ।ପ୍ରତିଶ୍ରୁତି ପରେ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା କ୍ଷ ଆଜିର ଏହି ଆନ୍ଦୋଳନରେ କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ପରିଜା, ମନମୋହନ ପୃଷ୍ଟି, ରଥିଆ ବାରିକ, ସୁଶାନ୍ତ ଗୁଇଁ, ରଜତ କୁମାର ପତି, ଗୁରୁପଦ ସାହୁ, ଆଲୋକ ବାରିକ, ତାଳଧ୍ୱଜ ବେହୁରା, ଅମର ଦାସ, ରତିକାନ୍ତ ମହାକୁଡ଼, ବିପିନ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତି, ଅଜୟ ଦାସ ପ୍ରମୁଖ ସାମିଲ ହୋଇଥିଲେ।