ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦିନ ହେଲା।ବିଦ୍ୟୁତ ଜନିତ ସମସ୍ୟାରେ ଦୁର୍ଦ୍ଦଶା ଭୋଗୁଥିବା ଭଦ୍ରକ ସହର ପୁରୁଣା ବଜ଼ାର ଅଧିବାସୀମାନେ ଅତିଷ୍ଠ ହୋଇପଡି ସମବେତ ହୋଇ ଭଦ୍ରକ ଟିପିଏନଡିଏଲ ନିର୍ବାହୀ ଯଥା(ଇସି) ସୌମ୍ୟରଂଜନ ନାୟକଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗପତ୍ରର ନକଲ ଟିପିଏନଓଡିଏଲ ସିଇଓ, ଏଜିଏମ ତଥା ଏସ୍.ଇ.ଇ.ସି ର, ନିର୍ବାହୀ ଯନ୍ତ୍ରୀ, ଏସଡିଓ ପ୍ରମୁଖଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ପୁରୁଣାବଜାର ବିଦ୍ୟୁତ ଉପଭୋକ୍ତା ତଥା ଅଂଚଳବାସୀମାନେ ଦର୍ଶାଇଛନ୍ତି ଯେ, ଭଦ୍ରକ ଟିପିଏନଏଡିଏଲ୍ ଅଧୀନରେ ୨ନମ୍ବର ସେକ୍ସନରେ ବହୁ ଗୁଡିଏ ସମସ୍ୟା ରହିଛି । ଏହି ପ୍ରମୁଖ ସମସ୍ୟା ଗୁଡିକ ହେଲା-ଆଜିକୁ ୪୦ ବର୍ଷରୁ ଅଧିକ ହେଲାଣି ଚନ୍ଦନବଜାରରେ ଥିବା ଫ୍ୟୁଜ ଜଲ୍ ସେଂଟର ଟିକୁ ସବୁଦିନ ପାଇଁ ବନ୍ଦ କରି ଦିଆଗଲା । ଫଳରେ ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ବିଦ୍ୟୁତ ଜନିତ ସମସ୍ୟାର ଦୂର ସମାଧାନ ହୋଇପାରୁନି । ତେଣୁ ତୁରନ୍ତ ପୂର୍ବଭଳି ଫ୍ୟୁଜ୍ କଲ୍ ସେଂଟର ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ସେହିଭଳି ଏହି ସେକ୍ସନରେ କାର୍ଯ୍ୟରତ ବା ଲାଇନମ୍ୟାନ୍ ନାମ ଓ ମୋବାଇଲ ନମ୍ବର ଓ କାହାର କେଉଁ ସିଫ୍ଟ ରହିଛି ସେ ସବୁର ଏକ ସବିଶେଷ ବିବରଣୀ ସମ୍ବଳିତ ସୂଚନା ଫଳକ ସର୍ବସାଧାରଣଙ୍କ ଅବଗତି ଲାଗି ଲଗାଇବାକୁ ଦାବି ହୋଇଛି । ସେହିଭଳି ଏବେ ଟିପିଏନ୍ଓଡିଏଲ୍ ପକ୍ଷରୁ ଉପଭୋକ୍ତାଙ୍କୁ ବାଧ୍ୟତାମୂଳକ ଭାବେ ସ୍ମାର୍ଟ ମିଟର ଲଗାଯାଉଛି । ତେବେ ଏହି ସ୍ମାର୍ଟ ମିଟର ରେ ଅଧିକ ରିଡିଂ ହେଉଛି ତେଣୁ ତୁରନ୍ତ ସ୍ମାର୍ଟ ମିଟର କୁ ପରିବର୍ତନ କରି ଏହା ବଦଳରେ ଅନ୍ୟ ମିଟର ବସାଇବାକୁ ଦାବି କରିଛନ୍ତି । ସେହିଭଳି ପ୍ରତିଦିନ ସନ୍ଧ୍ୟାରେ ଚନ୍ଦନବଜାର ଫିଡ଼ରରେ ଦିନକୁ ପ୍ରାୟ ୧୦ ଥର ବିଦ୍ୟୁତ୍ କାଟ୍ ହେଉଛି, ଏହାର କାରଣ ଓ ନିରାକାରଣ ପାଇଁ ଦାବି ହୋଇଛି । ଅନୁରୂପଭାବେ ପୁରୁଣାବଜାର କାଳୀ ମନ୍ଦିର ପାଖରେ ପଟ୍ଟନାୟକ ବାବୁଙ୍କ ପାଚେରୀରେ ସଂଳଗ୍ନ ୧୧ କେ.ଭି ଖୁଂଟଟି ଗତ ୨ ବର୍ଷ ହେଲା ବଙ୍କି ପଡିଛି । ଫଳରେ ପାଚେରୀ ଫାଟିବା ସହ କେଉଁ ମୁହୂର୍ତରେ କିଛି ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହାର ତୁରନ୍ତ ମରାମତି କରିବାକୁ ପୁରୁଣା ବଜାର ଅଂଚଳବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ବଜାରରେ ଉଚ୍ଚକ୍ଷମତା ସମ୍ପନ୍ନ ୧୧ କେ.ଭି ତାର ଯେଉଁ ରାସ୍ତାରେ ଯାଇଅଛି କୌଣସି ସେଫଟି ନାହିଁ । ଲୋକଙ୍କ ପ୍ରତି ମୂହୁର୍ତରେ ବିପଦ ରହିଛି । ତେଣୁ ତାରରେ କଭର ଦେବା ସହ ଏହି ଅଂଚଳର ପ୍ରତ୍ୟେକ ୱାର୍ଡ଼ରେ ଥିବା ସମସ୍ତ ବିପଦପୂର୍ଣ୍ଣ ଏଲ.ଟି. ତାର ଏବଂ ପୋଲ ଗୁଡିକ ପରିବର୍ତନ କରିବାକୁ ଦାବି ହୋଇଛି । ସେହିଭଳି ପ୍ରତ୍ୟେକ ଟ୍ରାନ୍ସଫର୍ମରରେ ଏ.ବି. ସୁଇଚ୍ ଲଗାଇବାକୁ ଦାବି ହୋଇଛି । ସେହିପରି ଚନ୍ଦନବଜାର ଏବଂ ସନ୍ଥିଆ ଫିଡରରେ କିଛି ବି ସମସ୍ୟା ହେଲେ ପୂରା ବିଦ୍ୟୁତ କାଟ କରି କାମ କରାଯାଉଅଛି, ଯାହାଫଳରେ ପୁରା ପୁରୁଣା ବଜାର ଅଂଚଳ ଅସୁବିଧାରେ ପଢୁଛି, ତେଣୁ ଏହାର ସମାଧାନ କରିବା ଓ ପୁରୁଣାବଜାର ଚାରିଛକ ଟୋକା ଗଣେଶ ମଣ୍ଡପ ଓ ଜାମା ମସଜିଦ ଛକ ଅଂଚଳ ଦେଇ ଯାଇଥିବା ୧୧କେଭି ତାର କଳ କଭର କରାଇବାକୁ ଦାବି ହୋଇଛି । ଆଜି ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ହାଜି କ୍ୟୈୁମ ସାହା, ଅନିଲ କୁମାର ଦାସ, ହାଜି ସଇଦ ସାହା, ହାଜି ହାଫିଜୁର ରହେମାନ, ତାହେର ମହମ୍ମଦ ଖାନ, ଶେଖ ଇମତିୟାଜ୍, ଶେଖ ଅଖତର ଅଲି, ପାରିଷଦ ଶେଖ ଗରିବୁଲ୍ଲା, ନାରାୟଣ ସିଂ, ଶେଖ ନଇମ, ନରହରି ସାହୁ, ସମ୍ବାଦଦାତା ଶେଖ ଅନୱର, ଗୌତମ ସାହୁ, କମଳାକାନ୍ତ ବାରିକ,ଜହିର ଖାନ, ସମିମ ଅଖତର, ଶେଖ ଅବଦୁଲ ରହେମାନ, ଶେଖ ଜୁଲଫୁକାର, ଖାଲିଦ ସାହା, ଅବଦୁଲ ନଇମ ଖାନ, ଓ ବାବାଜୀ ସାହୁ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।