Odiapua.com

ଟିଟିଲାଗଡ଼ ସହର ମଝିରୁ ମଦଭାଟି ସ୍ଥାନାନ୍ତର କରିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଟି

ଟିଟିଲାଗଡ଼ ୧୮-୭ (ଓଡ଼ିଆ ପୁଅ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମ ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଟି ତରଫରୁ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି। ପ୍ରକାଶ ଯେ, ଟିଟିଲାଗଡ଼ରୁ ୭ କି.ମି. ଦୂର ମହୁଲପଡା ଗ୍ରାମ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଦୁଲ ପ୍ରଧାନୀଙ୍କ ନେତୃତ୍ୱରେ ଗ୍ରାମରେ କୁଚିଆ ମଦବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଗ୍ରାମ ଓ ଆଖ, ପାଖ ଅଞ୍ଚଳରେ ମଦ୍ୟପାନ କରି ସ୍ତ୍ରୀ, ପିଲାଙ୍କୁ ମାଡ ମାରିବା ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇଛି। ହେଲେ ଏପରି ମାଡ଼ ମାରିବା ତ ଦୁରର କଥା, କେହି ମଦ ପିଇ ରାସ୍ତାରେ ପାଟିତୁଣ୍ଡ କଲେ ୫୧ ହଜାର ଟଙ୍କା ଜୋରିମାନା ଦେବା ନେଇ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଗ୍ରାମର ମଦ ବିକୁଥିବା କୁଚିଆ ଦୋକାନମାନ ବୁଲି ବୁଲି ଚେତାବନୀ ସହ ବିକ୍ରି ବନ୍ଦ କରିବାକୁ ଜଣା ଯାଇଛି। ସେହିପରି ଆଗାମୀ ଦିନରେ ଟିଟିଲାଗଡ଼ ସହର ମଝିରେ ମଦଦୋକାନ ନାଁ ରେ ଚାଲିଥିବା ଦୁଇଟି ମଦ ଭାଟି ସମ୍ପୂର୍ଣ୍ଣ ବନ୍ଦ କରିବା ପ୍ରକାଶ ପାଇଛି।