Odiapua.com

ଟିଟିଲାଗଡ଼: ଚୋର ରାକେଟ ସକ୍ରିୟ, ଥାନା ଆଗରୁ ୮୦ ହଜାର ଟଙ୍କା ଚୋରି, ୧୫ଦିନରେ ଆଠଟି ସ୍ଥାନରୁ ଚୋରି

ଟିଟିଲାଗଡ଼ ୩୧-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅଞ୍ଚଳରେ ଓ ଏହି ସହରରେ ଗତ ୧୫ ଦିନ ମଧ୍ୟରେ ଆଠ ଗୋଟି ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରକାଶ ଯେ, ଏକ ସ୍ୱତନ୍ତ୍ର ଗୋଷ୍ଟିର କିଛି ଅସାମାଜିକ ଓ ବିଭିନ୍ନ ପ୍ରକାର ମାମଲାରେ ପୂର୍ବରୁ ଜଡିତ ଥିବା କିଛି ଅଭିଯୁକ୍ତ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଚୋରି କରିବା ନେଇ ସାଧାରଣରେ ଆଲୋଚନା ହେଉଛି। ଗତ ୧୫ ଦିନ ମଧ୍ୟରେ ଟିଟିଲାଗଡ଼ ସହରର ଅଶୋକନଗର, ସର୍ଗିଗୁଡା ,ସିରଭଟାପଡା, ହାଟ ପଦା ପଡ଼ା ଆଦି ବିଭିନ୍ନ ସ୍ଥାନରେ ପ୍ରାୟ ୧୫ ଟି ଚୋରି ହୋଇ ଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ସେହିପରି ଟିଟିଲାଗଡ଼ ଥାନା ଆଗରୁ ଏକ ବାଇକ ଡିକିରୁ ଗତ ୨୭ ତାରିଖରେ ବ୍ୟାଙ୍କରୁ ୮୦ ହଜାର ଟଙ୍କା ନେଇ ଆସୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଚୋରି ହୋଇଯାଉଛି। ସହରର ଅଶୋକ ନଗରର ଏସ ରାମନାଙ୍କ ଘରୁ ଚାରିଭରି ସୁନା ଓ ନଗଦ ୮୦ ହଜାର ଟଙ୍କା କୌଶଳ କ୍ରମେ ଚୋରି ହୋଇଥିବା ବେଳେ ଟିଟିଲାଗଡ଼ ହାଟପଦା ପଡ଼ା ନିଵାସୀ ରଘୁ ବେହେରାଙ୍କ ଘରୁ ଝରକା ଭାଙ୍ଗି ଆଲମାରୀରୁ ୨୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଏତଲା ଦିଆଯାଇଛି। ଏହିପରିଭାବେ ସହର ଓ ଆଖପାଖ ଅଂଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ନଜରକୁ ଆସୁଥିବା ବେଳେ ପୋଲିସ ଉକ୍ତ ଚୋର ଙ୍କ ଟେର ମଧ୍ୟ ପାଇବାରେ ବିଫଳ ହୋଇଛି। ସାଧାରଣ ରେ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପୋଲିସ ର କଡା ପେଟ୍ରୋଲିଂ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବୀହେଉଛି।