Odiapua.com

ଟିଟିଲାଗଡ଼ କୁମୁଡ଼ା ପାହାଡରେ ଆରମ୍ଭ ହେବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ : ତାପମାତ୍ରା ହ୍ରାସ ପାଇଁ ସ୍ୱତନ୍ତ୍ର ଯୋଜନା

ଟିଟିଲାଗଡ଼ ୧୪ -୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ର ଲଣ୍ଡା କୁମୁଡ଼ା ପାହାଡ଼ ଉପରେ କୁମୁଡ଼ା ସୁରକ୍ଷା ସମିତି ତରଫରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ସହ ପାହାଡ଼ ଉପରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ ନିମନ୍ତେ ପ୍ରଶାସନିକ ସର୍ଭେ ବା ସ୍ଥାନ ନିରୂପଣ କରାଯାଇଛି। ପ୍ରକାଶ ଯେ ଏହି ଟିଟିଲାଗଡ଼ ର ଲଣ୍ଡା କୁମୁଡ଼ା ପାହାଡ଼ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇ ଚାଲିଥିବା ପ୍ରମୁଖ କାରଣ ବୋଲି ଅତୀତରେ କେନ୍ଦ୍ର ସରକାର ଙ୍କ ଏକ ଅନୁଧ୍ୟାନ କରିବାକୁ ଆସିଥିବା ଦଳ ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟ କୁ ଭିତ୍ତି କରି ଜଙ୍ଗଲ ବିଭାଗ ତରଫରୁ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିବା ବେଳେ ରକ୍ଷଣା, ବେକ୍ଷଣା ଅଭାବରୁ ସବୁ ନଷ୍ଟ ହୋଇଯାଇଥିଲା। ତେବେ ବାରମ୍ବାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ଏହି ବୃକ୍ଷ ରୋପଣ ନିମନ୍ତେ ଦାବି ହୋଇଅସୁଥିଲା। କୁମୁଡ଼ା ସୁରକ୍ଷା ସମିତି ତରଫରୁ ଏହି ବୃକ୍ଷ ରୋପଣ କାର୍ଯ୍ୟ ଚାଲୁ ରହିଥିବା ବେଳେ କୌଣସି ସରକାରୀ ସହାୟତା ବା ଯୋଜନା ମାଧ୍ୟମରେ ଯୋଗାଇଦେବାକୁ ଦାବି ହୋଇ ଆସୁଛି। ଏ ନେଇ ଟିଟିଲାଗଡ଼ ପୌରପରିଷଦ ଓ ପୂର୍ତ୍ତ ବିଭାଗ ଓ ରାଜ୍ୟ ସରକାରୀ ସର୍ବେକ୍ଷଣ ଅଧିକାରୀ ଏହି ପାହାଡ଼ ଉପରେ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଏକ ଆଧୁନିକ ପାର୍କ ନିର୍ମାଣ ନେଇ ସର୍ବେକ୍ଷଣ କରିଛନ୍ତି। ତେବେ ଆଗାମୀ ଦିନରେ ଏ ନେଇ ଏହି କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବା କୁ ସାଧାରଣ ଦାବି ହେଉଛି।