Odiapua.com

ଟିଏଫ୍‌ଏଲ ଓ ସିଆଇଏସଏଫ୍ ୟୁନିଟ୍ ର ମିଳିତ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ

ତାଳଚେର, ୨୧/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବିକ୍ରମପୁର ସ୍ଥିତ ତାଳଚେର ଫର୍ଟିଲାଇଜର ଓ ସିଆଇଏସଏଫ୍ ୟୁନିଟ୍ ଟିଏଫଏଲ ର ମିଳିତ ଆନୁକୂଲ୍ୟରେ ୮ମ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରୁ ଟିଏଫଏଲ, ପିଡିଆଇଏଲ, ଏଫସିଆଇଏଲ, ସିଆଇଏସଏଫ ତଥା ସାରକାରଖାନା ଅଧିନରେ କାର୍ଯ୍ୟରତ ସମସ୍ତ ନିର୍ମାଣ ଠିକା ସଂସ୍ଥାର ପ୍ରତିନିଧିଗଣ ସ୍ଥାନୀୟ ବିକ୍ରମପୁର ସ୍ଥିତ ଅତିଥି ଭବନ ପ୍ରାଙ୍ଗଣରେ ଏକତ୍ରିତ ହୋଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟିଏଫଏଲର ନିର୍ଦ୍ଦେଶକ (ଅପରେସନ) ସଞ୍ଜୟ ଆରୋରା ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଏମ୍ (ପ୍ରୋଜେକ୍ଟ କନଷ୍ଟ୍ରକସନ)ବଳବନ୍ତ ଗୋସାଇଁ, ଜିଏମ୍ ପ୍ରୋଜେକ୍ଟ ସତ୍ୟବ୍ରତ ମିଶ୍ର, ସିଆଇଏସଏଫ୍ ଟିଏଫଏଲ ୟୁନିଟ୍ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କେ.କେ.ପାତ୍ର, ଟିଏଫଏଲ ଚିଫ୍ ମ୍ୟାନେଜର ସୁମନ୍ତ ପ୍ରଧାନ, ହରଗୋପାଳ ଗଡି, ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଉକ୍ତ ଯୋଗ ଶିବିରର ପ୍ରଶିକ୍ଷକ ସତ୍ୟାନନ୍ଦ ସାମଲ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଉକ୍ତ ଯୋଗ ଶିବିରରେ ତାଡ଼ାସନ, ବୃକ୍ଷାସନ, କୋଣାସନ, ତ୍ରିକୋଣାସନ, ପଶ୍ଚିମତାନାସନ, ମଣ୍ଡୁକାସନ, ଗୋମୁଖାସନ, ଧନୁରାସନ, ପବନ ମୁକ୍ତାସନ, ବାଲାସନ, ଚକ୍ରଭେଦି, ସୂର୍ଯ୍ୟଭେଦି, ଅନୁଲୋମ ବିଲୋମ, ଭସ୍ତ୍ରିକା, ଭ୍ରମିରି, ସୂର୍ଯ୍ୟ ନମସ୍କାର ଓ ଶବାସନ ପ୍ରମୁଖ ଆସନ ଓ ପ୍ରାଣାୟମ କରାଯାଇଥିଲା। ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଆରୋରା ଉପସ୍ଥିତ କର୍ମଚାରୀଙ୍କୁ ଯୋଗର ଆବଶ୍ୟକ୍ତତା ଉପରେ ଆଲୋକପାତ କରାଇଥିଲେ। ଶରୀର ସୁସ୍ଥତା ଓ ମାନସିକ ଶାନ୍ତି ନିମନ୍ତେ ଯୋଗର ଆବଶ୍ୟକ୍ତା ରହିଛି। ଏଣୁ ଏହାକୁ ଆମର ଦୈନନ୍ଦିନ କାର୍ଯ୍ୟସୂଚିରେ ସାମିଲ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଶିବିର ଶେଷରେ ସିଆଇଏସଏଫ୍ ଟିଏଫଏଲ ୟୁନିଟ୍ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କେ.କେ.ପାତ୍ର ସମସ୍ତ ଯୋଗ ଶିବିରାର୍ଥୀଙ୍କୁ ଏବଂ ମୁଖ୍ୟ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଏପରି ଏକ ବିଶେଷ ଦିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟିଏଫଏଲ ତରଫରୁ ହାତକୁ ନିଆଯାଇ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା।